Masthead

ପୁଣି ଦେଖାଦେଇଛି ମଶାଣି ବିବାଦ

ଘରେ ପଡି ରହିଛି ମୃତଦେହ

ନବରଙ୍ଗପୁର(ବଡ଼ ଖବର ବ୍ୟୁରୋ): ନବରଙ୍ଗପୁର ଜିଲ୍ଲାରେ ଦେଖାଦେଇଛି ଏକ ଦୁଃଖଦ ଘଟଣା । ବୃଦ୍ଧଙ୍କ ମୃତଦେହ ସତ୍କାରକୁ ନେଇ ଗ୍ରାମରେ ଲାଗି ରହିଛି ଉତ୍ତେଜନା । ଘରେ ପଡି ରହିଛି ବୃଦ୍ଧଙ୍କ ମୃତଦେହ । ଏହି ଜିଲ୍ଲାରେ ଏଭଳି ଘଟଣା ବାରମ୍ବାର ଘଟୁଥିବାବେଳେ ଏବେ ସାମନାକୁ ଆସିଛି ଆଉ ଏକ ମଶାଣି ବିବାଦ ଘଟଣା । ଏଥର ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାର ଉମରକୋଟ ଥାନା ସିଉନାଗୁଡ଼ା ଗାଁରେ ।

ଦୀର୍ଘ ଦିନ ଧରି ପକ୍ଷାଘାତରେ ପିଡିତ ଥିବା ୬୮ ବର୍ଷୀୟ ବୃଦ୍ଧ ଡାମୁ ସାନ୍ତାଙ୍କ ସିଉନାଗୁଡା ସ୍ଥିତ ଘରେ ମୃତ୍ୟୁ ହୋଇଥିଲା । ପରେ ତାଙ୍କ ମୃତ ଦେହର ସତ୍କାରକୁ ନେଇ ଗ୍ରାମରେ ଉତ୍ତେଜନା ଲାଗି ରହିଛି । ବୃଦ୍ଧଙ୍କ ପରିବାର କିଛି ବର୍ଷ ପୂର୍ବେ ଭିନ୍ନ ଧର୍ମ ଗ୍ରହଣ କରିଥିବାରୁ ତାଙ୍କ ମୃତଦେହକୁ ଗ୍ରାମର ମଶାଣିରେ ସତ୍କାର ପାଇଁ ମନା କରିବାରୁ ଏଭଳି ବିବାଦ ଦେଖାଦେଇଛି । ଘଟଣାର ସଂପର୍କରେ ଜାଣି ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ଅଧିକାରୀ ଉକ୍ତ ଗ୍ରାମରେ ନପହଂଚିବାରୁ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି । ଏ ଅଂଚଳରେ ହେଉଥିବା ବେନିୟମ ଧର୍ମାନ୍ତରିକରଣ ଯୋଗୁଁ ବାରମ୍ବାର ଏଭଳି ଘଟଣା ସାମନାକୁ ଆସୁଥିବା ଅଭିଯୋଗ କରିଛନ୍ତି ଉତ୍ତ୍ୟକ୍ତ ଗ୍ରାମବାସୀ ।

ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟର କିଛି ଲୋକ ବିଭିନ୍ନ ଅଂଚଳ ବୁଲି ଲୋକଙ୍କୁ ବିଭିନ୍ନ ପ୍ରକାର କଥା କହି ନିଜ ସମ୍ପ୍ରଦାୟରେ ସାମିଲ କରୁଛନ୍ତି କିନ୍ତୁ ସାମିଲ ପୂର୍ବରୁ ସେମାନଙ୍କୁ ନିଜ ସାମାଜିକ ଅଧିକାର ସମ୍ପର୍କରେ ଅବଗତ ନ କରାଇବାରୁ ଏଭଳି ଘଟଣା ବଢିବାରେ ଲାଗିଛି । ସେପଟେ ଧର୍ମ ପରିବର୍ତ୍ତନ ଯୋଗୁଁ ଗ୍ରାମବାସୀ ମଶାଣିରେ ଜାଗା ଦେଉ ନଥିବା କହିବା ସହ ପୋଲିସକୁ ଖବର ଦେବା ପରେ ମଧ୍ୟ ପୋଲିସ ଘଟଣାସ୍ଥଳରେ ନ ପହଂଚିବାରୁ ବୃଦ୍ଧ ବାପାଙ୍କ ମୃତଦେହ ଘରେ ପଡି ରହିଥିବା ବୃଦ୍ଧଙ୍କ ସମ୍ପର୍କୀୟ ପ୍ରକାଶ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି