Masthead

ବନ୍ୟାପାଣି ଘେରରେ ଜୀବନ

ବାଲିଆପାଳ (ବଡ଼ ଖବର ବ୍ୟୁରୋ): ସୁବର୍ଣ୍ଣରେଖା ନଦୀରେ ବନ୍ୟା ଆସି ଉତ୍ତର ବାଲେଶ୍ଵରର ତଳିଆ ଅଞ୍ଚଳର ଲୋକଙ୍କ ଦୁର୍ଦ୍ଦଶା ବଢାଇଥିବା ବେଳେ ଲୋକେ ତିନିଦିନ ହେବ ବନ୍ୟାପାଣି ଘେରରେ ଜୀବନ ବିତାଉଛନ୍ତି। ତେବେ ଏହି ବନ୍ୟାପାଣି କାହାପାଇଁ ସର୍ବନାଶ ହୋଇଥିବା ବେଳେ ଆଉ କାହାପାଇଁ ପୌଷମାସ ହୋଇଛି। ସୁବର୍ଣ୍ଣରେଖା ନଦୀରେ ବନ୍ୟା ଆସିବା ଫଳରେ ଜାମକୁଣ୍ଡା ଠାରେ ସୁବର୍ଣ୍ଣରେଖାକୁ ସଂଯୋଗ କରୁଥିବା ବ୍ରିଟିଶ ଅମଳର କୋଷ୍ଟ କେନାଲ୍ ବାଲିକୁଟୀ ପଞ୍ଚାୟତ ଭିତରଦେଇ ବୋଳଂ ପର୍ଯ୍ୟନ୍ତ ଲାଗିଛି।

ତେବେ କୋଷ୍ଟ କେନାଲରେ ବନ୍ୟାପାଣି ଆସୁଥିବାବେଳେ ବାଲିକୁଟୀ ପଞ୍ଚାୟତର ମହାବଳା ଠାରେ କେନାଲ ଉପରେ ପ୍ରୋଜେକ୍ଟ ତିଆରି ହୋଇଛି। ତେବେ ବନ୍ୟାରେ ବିଭିନ୍ନ ଦେଶୀ ମାଛର ଅଣ୍ଡା ପହଣା ପାଣିରେ ଭାସୁଥିବାର ସ୍ଥାନୀୟ ଲୋକେ ଦେଖିବା ପରେ ଲୋକଙ୍କ ମଧ୍ୟରେ ପହଁଣା ଛୁଆ ଧରି ନିଜ ନିଜର ପୋଖରୀ ରେ ଛାଡିବା ପାଇଁ ଯେମିତି ପ୍ରତିଯୋଗିତା ଲାଗିଛି।

ନିଜର ଜୀବନକୁ ବାଜି ଲଗାଇ ମାଛଧରାରେ ବ୍ୟସ୍ତ ଲୋକେମାନେ। ସେପଟେ ପ୍ରୋଜେକ୍ଟ ତଳକୁ ଯୁବକମାନେ ଝୁଲିରହି ବିପଦ ସଂକେତ ଅବସ୍ଥାରେ ପହଁଣା ଛୁଆ ଧରୁଥିବା ଦେଖିବାକୁ ମିଳିଛି। ତେବେ ଏହା ଲୋକଙ୍କ ଜୀବନ ପ୍ରତି ବିପଦ ମଧ୍ୟ ରହିବା ସହ ଟିକିଏ ଅସାବଧାନ ହେଲେ କେନାଲରେ ଖସିପଡ଼ି ବନ୍ୟାପାଣି ରେ ଭାସିଯିବାର ଆଶଙ୍କା ରହିଛି। ତେବେ ସ୍ଥାନୀୟ ପ୍ରଶାସନ ଏଦିଗରେ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ଦାବି କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା