Masthead

ଭଙ୍ଗା ଦଦରା ଘରେ ବିତୁଛି ଜୀବନ

ଭୁବନ(ବଡ଼ ଖବର ବ୍ୟୁରୋ): ଗରୀବ ଅସହାୟ ଲୋକଙ୍କ ପାଇଁ ସରକାରୀ ସ୍ତରରେ ପ୍ରଣୟନ ହୋଇଛି ନାହିଁ ନଥିବା ଯୋଜନା। ଚାଳଘର ରହିବନାହିଁ ବୋଲି କୋଠାଘର ସରକାର ଯୋଗାଇ ଦେଉଛନ୍ତି । କିଛି କୋଠାଘର ନିର୍ମାଣରେ ହିତାଧିକାରୀ ଠକାମିର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଘର ଅଧା ନିର୍ମାଣ କରି ଠିକାଦାର ଟଙ୍କା ନେଇ ଛୁ ମାରିଛି। ଫଳରେ ଘର ଖଣ୍ଡେ ପାଇଁ ସରପଞ୍ଚଙ୍କଠାରୁ ଆରମ୍ଭ କରି ବିଡିଓ ପର୍ୟ୍ୟନ୍ତ ଗୁହାରୀ କରି କରି ଥକି ଗଲେଣି।

ଛୋଟଛୋଟ ପିଲାମାନଙ୍କୁ ଧରି ଖରା ବର୍ଷାରେ ଘରେ ବସବାସ କରୁଛନ୍ତି । ଯେଉଁ ଘରେ ଦିନରେ ଖରା ରାତିରେ ଜହ୍ନ ଦେଖାଯାଉଛି । ସମସ୍ତଙ୍କର ଆଧାରକାର୍ଡ ଅଛି, ଭୋଟରକାର୍ଡ ମଧ୍ୟ ରହିଛି କିନ୍ତୁ ପ୍ରକୃତ ହିତାଧିକାରୀଙ୍କୁ ଘରଟିଏ ମିଳୁନାହିଁ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକର ଗରୁଡବନ୍ଦୀ ଗ୍ରାମ ମୁଣ୍ଡାସାହିରେ। ସୂଚନା ଅନୁସାରେ, ଗରୁଡବନ୍ଦୀ ଗ୍ରାମ ମୁଣ୍ଡାସାହିରେ ପଚାଶରୁ ଊର୍ଦ୍ଧ୍ବ ପରିବାର ବସବାସ କରନ୍ତି । ସେମାନେ ପ୍ରତିଦିନ ମୁଲ ମଜୁରୀ କରି ପରିବାର ପ୍ରତିପୋଷଣ କରିଥାଆନ୍ତି । ଏମାନଙ୍କ ମଧ୍ୟରୁ କିଛି ହିତାଧିକାରୀଙ୍କୁ ଇନ୍ଦିରାଆବାସ ମିଳିଥିଲା ।

କିନ୍ତୁ ଠିକାଦାର ଘର ଗୁଡିକର ଅଧା ନିର୍ମାଣରେ ଚଞ୍ଚକତା କରି ସମ୍ପୂର୍ଣ୍ଣ ଟଙ୍କା ନେଇ ଛୁ ମାରିଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ । ଆଉ କିଛି ହିତାଧିକାରୀଙ୍କର ସିସି ତାଲିକାରେ ନାମ ଗଡୁଛି । କିନ୍ତୁ ପକ୍କାଘର ପାଇବାରୁ ବଞ୍ଚିତ। ଅର୍ଥ ଅଭାବରୁ ଘର ଛପର କରିପାରୁନାହାନ୍ତି । ଭଙ୍ଗା ଦଦରା ଘରେ ଦିନ କାଟିବାକୁ ବାଧ୍ୟ ହେଉଛନ୍ତି । କେତେ ସରପଞ୍ଚ କେତେ ବିଡିଓ ଆସି ଗଲେଣି । କିନ୍ତୁ ମୁଣ୍ଡାସାହି ବାସିନ୍ଦାଙ୍କ ସମସ୍ୟା ଦୂର ହେଉନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି