Masthead

ମିଆଁମାରରେ ଏୟାରଷ୍ଟ୍ରାଇକ୍ , ୧୦୦ରୁ ଅଧିକ ମୃତ

ମିଆଁମାର (ବଡ଼ ଖବର ବ୍ୟୁରୋ): ମିଆଁମାରରେ ଘଟିଛି ଏକ ଅଭାବନୀୟ ଘଟଣା ଘଟିଛି । ସେନାର ଏୟାରଷ୍ଟ୍ରାଇକରେ ଶତାଧିକ ନାଗରିକଙ୍କ ମୃତ ହୋଇଛି । ଏଥିରେ ପ୍ରାୟ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ୩୦ ଶିଶୁ ଥିବାବେଳେ ୧୫୦ ଆହତ ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ମଙ୍ଗଳବାର ଦିନ ସାମରିକ ଶାସନ ବିରୋଧରେ ଏକ କାର୍ଯ୍ୟକ୍ରମ ପାଇଁ ସାଧାରଣ ନାଗରିକଙ୍କ ଭିଡ଼ ଉପରେ ମିଆଁମାର ସେନା ଏୟାରଷ୍ଟ୍ରାଇକ୍ କରିଥିଲା। ଏହି କାର୍ଯ୍ୟକ୍ରମକୁ ସାମରିକ ଶାସନର ବିରୋଧୀମାନେ ଆୟୋଜନ କରିଥିବା କୁହାଯାଉଛି ।

ଏଥିରେ ସାଧାରଣ ଲୋକ ଉପସ୍ଥିତ ଥିଲେ। ସେପଟେ ମିଳିତ ଜାତିସଂଘ ମିଆଁମାରର ସାଧାରଣ ନାଗରିକଙ୍କ ଉପରେ ହୋଇଥିବା ସାମରିକ ଆକ୍ରମଣକୁ ନିନ୍ଦା କରିଛି। ମିଳିତ ଜାତିସଂଘର ମାନବ ଅଧିକାର କମିଶନର ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ଏହି ଖବର ଅତ୍ୟନ୍ତ ନିନ୍ଦନୀୟ । ସେ କହିଛନ୍ତି ଯେ ଏକ ଉଦଘାଟନୀ ସମାରୋହରେ ସାଧାରଣ ନାଗରିକ ଓ ସ୍କୁଲ ପିଲା ନାଚୁଥିବା ସମୟରେ ଏହି ହେଲିକପ୍ଟରରୁ ଗୁଳି ଓ ବୋମା ବର୍ଷଣ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ