Masthead

ଭଙ୍ଗା କୁଡ଼ିଆରେ ବିତୁଛି ଜୀବନ

ଜଗତସିଂହପୁର(ବଡ଼ ଖବର ବ୍ୟୁରୋ): ଭଙ୍ଗା କୁଡ଼ିଆରେ ବିତୁଛି ଜୀବନ । ଆବାସ ଯୋଜନା ସାତ ସପନ। ଏଭଳି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକର କାଳିଓ ଗ୍ରାମରେ । ଶିବ ନାୟକ ଓ ବିଭୂତି ନାୟକ ଦୁଇ ଭାଇଙ୍କ ପରିବାର ଏକ ଭଙ୍ଗା କୁଡ଼ିଆରେ ଅତ୍ୟନ୍ତ ଦୟନୀୟ ଭାବେ ବିତୁଛି । ଦୁଇ ଭାଇ ନିରାଶ୍ରୟ, ଅସହାୟ ଓ ଗରିବ ଶ୍ରେଣୀୟ ଲୋକ ଅଟନ୍ତି। ଶିବ ଓ ବିଭୂତି ଦିନେ କାମକୁ ନଗଲେ ତାଙ୍କର ହାଣ୍ଡି ଚୂଲିକୁ ଯାଏ ନାହିଁ ।

ଗାଁରେ ସବୁଦିନ କାମ ଧନ୍ଦା ମିଳୁନଥିବାରୁ ପରିବାର ପେଟକୁ ଗଣ୍ଡେ ଦାନା ଓ ଦେହକୁ ଖଣ୍ଡେ କନା ଦେବା ଏହି ଦୁଇ ଭାଇଙ୍କ ପକ୍ଷେ କାଠିକର ପାଠ । ଘରର କାନ୍ଥ ଫାଟି ଯାଇଥିଲା ବେଳେ ଗୃହଟି ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଟିକିଏ ବର୍ଷା ହେଲେ ଘରେ ପାଣି ଲହଡି ଖେଳୁଛି । ଆବାସ ଯୋଜନାରେ ଏକ ଗୃହ ଯୋଗାଇ ଦେବା ନିମନ୍ତେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଏଥିପ୍ରତି କେହି ହେଲେ କର୍ଣ୍ଣପାତ କରୁନାହାନ୍ତି । ବ୍ଲକ ପ୍ରଶାସନ ପକ୍ଷରୁ ପ୍ରତି ବର୍ଷ ତଦନ୍ତ କରିବାକୁ ବଡ଼ବଡ଼ ବାବୁମାନେ ଆସୁଛନ୍ତି ଫଟୋ ଉଠାଉଛନ୍ତି କିନ୍ତୁ ଏହି ଦୁଇ ଭାଇଙ୍କୁ ଘର ଖଣ୍ଡିଏ ମିଳୁନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’