(ବଡ଼ ଖବର ବ୍ୟୁରୋ): ସାପ କାମୁଡାରେ ଚାଲିଗଲା ଜୀବନ । ରାଜକନିକା ଗୋପାଳପୁର ଶୁକଦେବପୁର ଗାଁରେ ଖଜୁରୀ ଗଛ ଝାଡୁଥିବା ସମୟରେ ସାପ କାମୁଡ଼ାରେ ଜଣେ ଚମା ଗଛ କଟାଳିର ମୃତ ହୋଇଛି । ତେବେ ମୃତକ ଜଣକ ହେଲେ ରାଜକନିକା ସିୟୁସୁଆ ବର୍ତ୍ତିନି ଗ୍ରାମର ମଧୁ ପାତ୍ରଙ୍କ ପୁଅ ଅରୁଣ ପାତ୍ର ।
ସୂଚନା ଅନୁଯାୟୀ, ଆଜି ଦିନ ଦଶଟା ବେଳେ ଗୋପାଳପୁର ସୁକଦେବ ପୁର ଗ୍ରାମରେ ଖଜୁରି ଗଛ ଛାଡୁଥିବା ସମୟରେ ଆରୁଣଙ୍କୁ ସାପ କାମୁଡି ଦେଇଥିଲା । ପରେ ସେ ଗଛରୁ ତଳକୁ ପଡିଯାଇଥିଲେ । ପରେ ସ୍ଥାନୀୟ ଲୋକେ ତାଙ୍କୁ ରାଜକନିକା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଅରୁଣ ପରିବାରର ଜଣେ ମାତ୍ର ରୋଜଗାରିଆ ପୁଅ ଥିଲେ। ତୁରନ୍ତ ଅରୁଣ ଙ୍କର ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।