Masthead

ଓଡ଼ିଶାରେ ବେଆଇନ ମଦ ଗୋଦାମକୁ ଠାବ କଲା ଆନ୍ଧ୍ର

ପାରଳାଖେମୁଣ୍ଡି(ବଡ଼ ଖବର ବ୍ୟୁରୋ): ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଏକ ବେଆଇନ ମଦ ଗୋଦାମକୁ ଆନ୍ଧ୍ର ପୁଲିସ୍ ଠାବ କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି । ପାରଳାଖେମୁଣ୍ଡିରେ ଥିବା ଏହି ବେଆଇନ ମଦ ଗୋଦାମକୁ ଆନ୍ଧ୍ର ପୁଲିସ୍ ଆସି ଠାବ କରିବା ପରେ ଓଡିଶା ଅବକାରୀ ବିଭାଗ ଏହାକୁ ଜବତ କରିଥିଲା। ଏଠାରୁ ୫୪ ପେଟି ମଦ ବୋତଲ, ୨ପେଟି ସ୍ପିରିଟ୍‌ ଏବଂ ୧୫ବସ୍ତା ଗୁଟଖା ଜବତ ହୋଇଛି । ହେଲେ ପୂର୍ବରୁ ଏହି ବେଥିନ ଗୋଦାମ ସଂପର୍କରେ ଗଜପତି ଅବକାରୀ ବିଭାଗ କିମ୍ବା ପୁଲିସ୍ କିଭଳି ଜାଣିପାରିନଥିଲା ନା ଜାଣି ଚୁପ୍ ରହିଥିଲା ତାହା ସବୁଠାରୁ ବଡ ପ୍ରଶ୍ନବାଚୀ । ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ଏକ ବେଆଇନ ମଦ ଗୋଦାମକୁ ଆନ୍ଧ୍ର ପୁଲିସ୍ ଠାବ କରିବା ପରେ ତାହା ଜବତ ହୋଇଛି । ଜବତ ଗୋଦାମରୁ ବିପୁଳ ପରିମାଣର ମଦ ଓ ଗୁଟଖା ଜବତ ହୋଇଛି । ଓଡିଶାରୁ ଆନ୍ଧ୍ରକୁ ବେଆଇନ ମଦ ଚାଲାଣ କରୁଥିବା ବେଳେ ଶନିବାର ସକାଳେ ଏକ ୪ଜଣିଆ ଦଳ ଶ୍ରୀକାକୁଲମ ପୁଲିସ୍ ହାତରେ ଧରାପଡିଥିଲେ । ସେମାନଙ୍କ ନିକଟରୁ ଜବତ ହୋଇଥିବା ମଦ ଯାଞ୍ଚ ବେଳେ ତାହା ନକଲି ବୋଲି ଜଣାପଡିଥିଲା ।

ଗିରଫ ଚୋରାଚାଲାଣକାରୀଙ୍କୁ ପଚରା ଉଚୁରା ସମୟରେ ସେମାନଙ୍କ ଠାରୁ ମିଳିଥିବା ତଥ୍ୟ ଅନୁସାରେ ଏହି ଗୋଦାମରୁ ହିଁ ମଦ ଆନ୍ଧ୍ରକୁ ଚାଲାଣ ହେଉଥିବା ଜଣାପଡିଥିଲା । ଏହି ଆଧାରରେ ଆନ୍ଧ୍ର ପାରଳାଖେମୁଣ୍ଡିରେ ପହଂଚିବା ସହ ଗଜପତି ଜିଲ୍ଲା ଅବକାରୀ ବିଭାଗ ଏବଂ ପୁଲିସ ସହାୟତାରେ ସଂପୃକ୍ତ ଅଂଚଳରେ ପହଂଚି ଏହାକୁ ଠାବ କରିଥିଲା । ଏହାପରେ ଏକ୍‌ଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସଂପୃକ୍ତ ଗୋଦାମର ତାଲା ଭଙ୍ଗାଯାଇଥିଲା । ତାପରେ ଯାହା ଧରାପଡିଥିଲା ତାହା ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଥିଲା । ଏହି ଗୋଦାମରୁ ୫୪ପେଟି ବିଦେଶି ମଦ ବୋତଲ ଏବଂ ୨ପେଟି ସ୍ପିରିଟ ମିଳିଥିଲା । ଏହା ସହ ୧୫ବସ୍ତା ଗୁଟଖା ମଧ୍ୟ ମିଳିଛି । ଏସବୁକୁ ଗଜପତି ଜିଲ୍ଲା ଅବକାରୀ ବିଭାଗ ଜବତ କରିଛି ।

ଏନେଇ ଆନ୍ଧ୍ରରୁ ଆସିଥିବା ଟିମର ନେତୃତ୍ବ ନେଇଥିବା ଜଏଂଟ କମିଶନର କେ.ପି ଗୋପାଳଙ୍କ କହିବା ଆନୁସାରେ, ଆନ୍ଧ୍ରରେ ଯେଉଁ ମଦ ଜବତ ହୋଇଛି ତାହା ନକଲି । କିନ୍ତୁ ଏଠାରୁ ଯେଉଁ ମଦ, ସ୍ପିରିଟ୍ ଓ ଗୁଟଖା ଅସଲି କି ନକଲି ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି । ପ୍ରଶାସନର ନାକ ତଳେ ଏକ ବେଆଇନ ମଦ ଗୋଦାମ ରହିଥିଲେ ମଧ୍ୟ ଅବକାରୀ ବିଭାଗ କିମ୍ବା ପାରଳାଖେମୁଣ୍ଡି ପୁଲିସ୍ କିଭଳି ଜାଣିପାରିନଥିଲା ତାହା ସବୁଠାରୁ ବଡ ପ୍ରଶ୍ନବାଚୀ । ଆନ୍ଧ୍ରରୁ ପୁଲିସ୍ ଟିମ୍ ଏହାକୁ ଠାବ କରିବା ପରେ ଏହି ଗୋଦାମ ସଂପର୍କରେ ଜାଣିଶୁଣି ଅବକାରୀ ଏବଂ ପୁଲିସ୍ ବିଭାଗ ଚୁପ୍ ରହିଥିବା ଅଭିଯୋଗ ହୋଇଛି । ତେବେ ଏହାକୁ ଖଣ୍ଡନ କରିଛନ୍ତି ପାରଳାଖେମୁଣ୍ଡି ଅବକାରୀ ଇନ୍ସପେକ୍ଟର ବାଳକୃଷ୍ଣ ପରିଡା ।

ସେ ନିଜ ସଫେଇରେ କହିଛନ୍ତି ଯେ, ଆମ ନିକଟରେ ସମସ୍ତ ସୂଚନା ରହିଥିଲା । ଆଜି ଏହାକୁ ଧରିବା ପାଇଁ ଯୋଜନା କରାଯାଉଥିବା ବେଳେ ଆନ୍ଧ୍ର ପୁଲିସ୍ ଆସି ଏହାକୁ ଠାବ କରିଥିଲା । ତେବେ ଏଠାରୁ ବିପୁଳ ପରିମାଣର ମଦ, ସ୍ପିରିଟ୍ ଏବଂ ଗୁଟଖା ଜବତ ହୋଇଛି ଏବଂ ଏହା ଅସଲି କି ନକଲି ସେନେଇ ପାଂଚ କରାଯିବ ଏବଂ ଆଇନ ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

ଗୋଟେ ଗୋଦାମରୁ ମଦ ବୋତଲ ଏବଂ ସ୍ପିରିଟ ମିଳିବା ପରେ ଏଠାରେ ନକଲି ମଦ ପ୍ରସ୍ତୁତ କରାଯାଉଥିଲା ନା ଅସଲି ମଦକୁ ଆଣି ଅପମିଶ୍ରଣ କରାଯାଉଥିଲା ତାହା ବର୍ତମାନ ପ୍ରଶ୍ନବାଚୀ। ତେବେ ଦୀର୍ଘ ଦିନ ଚାଲୁଥିବା ଏହି ବେଆଇନ ମଦ ଗୋଦାମ ସଂପର୍କରେ ଚୁପ୍ ରହିଥିବା ଅବକାରୀ ବିଭାଗ ଏବଂ ପୁଲିସ୍ ଏହା ଉପରୁ କେବେ ପରଦା ହଟାଉଛି ନା ତଦନ୍ତ ଆଳରେ ଦୋଷୀଙ୍କୁ ଖସାଇବା ପାଇଁ ପ୍ରୟାସ କରୁଛି ତାହା ଉପରେ ସମସ୍ତଙ୍କ ନଜର ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏସସିବି ଟ୍ରମା କେୟାରରେ ଅଗ୍ନିକାଣ୍ଡ, ୧୦ ମୃତ 🔴 ପାରାଦୀପ ଛାଡିଲେ ବିଜେପି ବିଧାୟକ 🔴 ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ! 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ଏସସିବି ଟ୍ରମା କେୟାରରେ ଅଗ୍ନିକାଣ୍ଡ, ୧୦ ମୃତ 🔴 ପାରାଦୀପ ଛାଡିଲେ ବିଜେପି ବିଧାୟକ 🔴 ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ! 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା