Masthead

ଏହି ନିର୍ବାଚନ ଏନଡିଏର ଜିଦ୍‌ର ପରିଣାମ: କେ ସୁରେଶ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବାଚସ୍ପତି ନିର୍ବାଚନକ ନେଇ ପ୍ରତିକ୍ରିୟା ଦେଇଛନ୍ତି କଂଗ୍ରେସ ସାଂସଦ କେ.ସୁରେଶ । କହିଛନ୍ତି, ‘ସରକାର ଇଣ୍ଡିଆ ଆଲାଏନ୍ସକୁ ନିର୍ବାଚନରେ ଲଢ଼ିବାକୁ ବାଧ୍ୟ କରିଛନ୍ତି। ଆମେ ବାଚସ୍ପତିଙ୍କ ବିରୋଧରେ ନିର୍ବାଚନ ଲଢ଼ିବାକୁ ଚାହୁଁ ନାହୁଁ, କିନ୍ତୁ ସରକାର ଇଣ୍ଡିଆ ଆଲାଇନ୍ସର ନେତୃତ୍ୱ, ବିଶେଷ କରି କଂଗ୍ରେସ ଦଳଙ୍କ ନିକଟକୁ ଯେତେବେଳେ ଯାଇଥିଲେ, ସେତେବେଳେ ଆମେ ଉପ-ବାଚସ୍ପତି ପଦ ମାଗିଥିଲୁ।

ସେହି ସମୟରେ ଆମକୁ ସରକାରଙ୍କ ପକ୍ଷରୁ କୌଣସି ଆଶ୍ୱାସନା ଦିଆଯାଇନଥିଲା। ଗତକାଲି ମଧ୍ୟ ସେମାନେ ସକାଳ ସାଢ଼େ ୧୧ଟା ସୁଦ୍ଧା କୌଣସି ସ୍ପଷ୍ଟ କରି ନଥିଲେ। ସରକାର କହିଥିଲେ ପ୍ରଥମେ ଆପଣ ବାଚସ୍ପତି ନିର୍ବାଚନକୁ ସମର୍ଥନ କରନ୍ତୁ। ଏହା ପରେ ଆମେ ଉପ-ବାଚସ୍ପତିଙ୍କ ବିଷୟରେ ଆଲୋଚନା କରିବୁ। ସରକାରଙ୍କ ଏହି ଉତ୍ତର ସନ୍ତୋଷଜନକ ନଥିଲା।

ତେଣୁ ଆମ ନେତାମାନେ ବାଚସ୍ପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ନିର୍ବାଚନ ଏନଡିଏର ଜିଦ୍‌ର ପରିଣାମ। ଅନ୍ୟଥା, ଏହାକୁ ଏଡାଇ ଦିଆଯାଇ ପାରିଥାନ୍ତା। କିନ୍ତୁ, ସେମାନେ ବିରୋଧୀ ଦଳ ସହ ସହଯୋଗ କରିବାକୁ ପ୍ରସ୍ତୁତ ନୁହଁନ୍ତି। ଉପ-ବାଚସ୍ପତି ପଦ ପାଇଁ ବିରୋଧୀ ଦଳକୁ ସୁଯୋଗ ଦେବାକୁ ସେମାନେ ପ୍ରସ୍ତୁତ ନୁହନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି