Masthead

କେନ୍ଦ୍ରମନ୍ତ୍ରୀଙ୍କ ପୁଅଙ୍କ ନାଁରେ ଲୁକଆଉଟ ନୋଟିସ

ଲଖିମପୁର(ବଡ଼ ଖବର ବ୍ୟୁରୋ): କେନ୍ଦ୍ରମନ୍ତ୍ରୀଙ୍କ ପୁଅଙ୍କ ନାମରେ ଜାରି ହେଲା ଲୁକଆଉଟ ନୋଟିସ। ଏ ଖବର ସାମ୍ନାକୁ ଆସିବା ପରେ ପୁଣି ଆଉ ଥରେ ରାଜନୈତିକ ମାହୋଲ ସରଗରମ ହୋଇ ଉଠିଛି । ବାରମ୍ବାର କେନ୍ଦ୍ରମନ୍ତ୍ରୀଙ୍କ ପୁଅଙ୍କ ନାମ ଲଖିମପୁର ଘଟଣାରେ ଛନ୍ଦି ହୋଇ ରହିଆସୁଥିଲା । ସେପଟେ ଉତ୍ତରପ୍ରଦେଶ ପୁଲିସ ଆଇଜି ଲକ୍ଷ୍ମୀ ସିଂ କହିଛନ୍ତି ଯେ, କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ଖୋଜା ଚାଲିଛି। ଖୁବ୍‌ଶୀଘ୍ର ତାଙ୍କୁ ଗିରଫ କରାଯିବ। ଆଇଜି ଲକ୍ଷ୍ମୀ ସିଂ କହିଛନ୍ତି ଯେ, ଲଖିମପୁର ଖେରୀ ହିଂସା ଘଟଣାରେ ଆଶିଷ ମିଶ୍ରାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି। ତାଙ୍କୁ ଖୋଜା ଚାଲିଛି ବୋଲି ସେ କହିଛନ୍ତି।

ସେହିପରି ଏଫ୍ଆଇଆରରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଚାଷୀଙ୍କ ଉପରକୁ ଗୁଳି ଚଳାଇବା ସହ ଘଟଣାସ୍ଥଳରେ ସେ କାରରରେ ଉପସ୍ଥିତ ଥିଲେ ବୋଲି ଦର୍ଶାଯାଇଛି। ଯେଉଁ କାରଟି ଆନ୍ଦୋଳନରତ ଚାଷୀଙ୍କ ଉପରକୁ ମାଡ଼ି ଯାଇଥିଲା। ୧୫ରୁ ୨୦ ଜଣ ସଶସ୍ତ୍ର ବ୍ୟକ୍ତିଙ୍କ ସହ ମନ୍ତ୍ରୀଙ୍କ ପୁଅ ସେଦିନ ଦିନ ୩ଟାରେ ଏକ ୩ ଚକିଆ ଯାନରେ ବିକ୍ଷୋଭସ୍ଥଳରେ ପହଞ୍ଚିଥିଲେ। ଏମାନେ ମହିନ୍ଦ୍ରା ଥାର କାରରେ ଆସିଥିବା ବେଳେ ମୋନୁ ମିଶ୍ରା ନାମ ଜଣେ ବ୍ୟକ୍ତି ଚାଷୀଙ୍କ ଉପରକୁ ଗୁଳି ଚଳାଇବା ଏତଲାରେ ଦର୍ଶାଯାଇଛି। ଆଇଜି ଲକ୍ଷ୍ମୀ ସିଂ କହିଛନ୍ତି ଯେ, ଆଶିଷ ମିଶ୍ରାଙ୍କୁ ଗିରଫ ପାଇଁ ଖୋଜା ଚାଲିଛି। ସିଂ କହିଛନ୍ତି, ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓକୁ ଆଧାର କରି ତଦନ୍ତ କରାଯାଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି