Masthead

ସମ୍ପର୍କୀୟଙ୍କ ପରିଚୟ ଦେଇ ଲୁଟ

ସୋର (ବଡ଼ ଖବର ବ୍ୟୁରୋ): ସମ୍ପର୍କୀୟଙ୍କ ପରିଚୟ ଦେଇ ବୃଦ୍ଧ ଦମ୍ପତିଙ୍କ ଠାରୁ ଲୁଟ୍ । ସିସି ଟିଭି କ୍ୟାମେରାରେ କଏଦ ହେଲା ବାଇକରେ ବସାଇ ନେବା ବେଳର ଦୃଶ୍ୟ । ସମ୍ପର୍କୀୟ ପରିଚୟ ଦେଇ ବୃଦ୍ଧ ଦମ୍ପତିଙ୍କ ପାଦଧୂଳି ନେଇ ଅଭିନବ ଉପାୟରେ ୩୦ ହଜାର ଟଙ୍କା ଲୁଟି ନେଇଛି ଲୁଟେରା । ପାଖ ପଞ୍ଚାୟତର ମୁକ୍ତିକାନ୍ତ ଜେନା ଓ ସ୍ତ୍ରୀ ସଞ୍ଜୁଲତା ଜେନା ସୋର ଗ୍ରାମ୍ୟ ବ୍ୟାଙ୍କରୁ ଆବାସ ଯୋଜନାର ଦ୍ଵିତୀୟ କିସ୍ତି ତିରିଶ ହଜାର ଟଙ୍କା ଧରି ବ୍ୟାଙ୍କର ଉପର ମହାଲାରୁ ତଳକୁ ଆସିଥିଲେ ।

ତଳେ ଲୁଚି ରହିଥିବା ଲୁଟେରା ଏକ ନାଲି ମୋଟର ସାଇକେଲରେ ପହଞ୍ଚି ବୃଦ୍ଧ ଦମ୍ପତିଙ୍କ ପାଦ ଧୂଳି ନେବା ସହ ସମ୍ପର୍କୀୟ ବୋଲି ପରିଚୟ ଦେଇଥିଲା । ବୃଦ୍ଧ ଦମ୍ପତି ରାଜି ନହେଲେ ମଧ୍ୟ ତାଙ୍କୁ ବାଧ୍ୟ କରାଇ ମଟର ସାଇକେଲରେ ବସେଇଥିଲା । ଲୁଟେରା ଟଙ୍କା ବ୍ୟାଗକୁ ଗାଡ଼ି ହ୍ୟାଣ୍ଡେଲରେ ଟାଙ୍ଗିଥିଲା । ପରେ ଲୁଟେରା ବୃଦ୍ଧ ଦମ୍ପତିଙ୍କୁ କିଛି ବାଟ ନେଲା ପରେ ରାଇପୁର ଠାରେ ଓଲ୍ଲାଇ ଦେଇ ଟଙ୍କା ବ୍ୟାଗ ନେଇ ଚଂପଟ୍ ମାରି ଥିଲା । ଘଟଣାକୁ ନେଇ ଥାନାରେ ଅଭିଯୋଗ ହୋଇଛି । ସୋର ପୁଲିସ ତଦନ୍ତ ଆରମ୍ଭ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ