Masthead

ଡିକି ଭାଙ୍ଗି ଲୁଟିନେଲେ

ଛେଣ୍ଡିପଦା (ବଡ଼ ଖବର ବ୍ୟୁରୋ): ବାଇକର ଡିକି ଭାଙ୍ଗି ଲୁଟିନେଲେ ଅଢ଼େଇ ଲକ୍ଷ ଟଙ୍କା । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କୋଶଳାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଅବସରପ୍ରାପ୍ତ ଶିକ୍ଷକ ଜଳନ୍ଧର ପ୍ରଧାନଙ୍କ ବାଇକ ଡିକି ଭାଙ୍ଗି ଲୁଟେରାମାନେ ଫେରାର ହୋଇଯାଇଛନ୍ତି । ଛେଣ୍ଡିପଦା ପୋଲିସର ତଦନ୍ତ ଜାରି ।

ଶୁକ୍ରବାର ଅପରାହ୍ନରେ ବ୍ୟାଙ୍କରୁ ଟଙ୍କା ଉଠାଇଥିଲେ ଜଳନ୍ଧର । ବନ୍ଧୁଙ୍କୁ କିଛି ଟଙ୍କା ଦେବା ଲାଗି କୋଶଳା ବଜାରରେ ଗାଡି ରଖି ତାଙ୍କ ଘରକୁ ଯାଇଥିଲେ । ବନ୍ଧୁ ନ ଥିବା ଯୋଗୁଁ ସଙ୍ଗେ ସଙ୍ଗେ ସେ ଗାଡି ପାଖକୁ ଫେରି ଆସିଥିଲେ । ଆସି ଦେଖିଲା ବେଳକୁ ଗାଡ଼ି ଡିକି ଭାଙ୍ଗି କେହି ଟଙ୍କା ଲୁଟି ନେଇଥିଲା । ଏନେଇ ଥାନାରେ ଅଭିଯୋଗ କରିବା ପରେ ତଦନ୍ତ ଜାରି ରଖିଛି ପୋଲିସ । ଜନ ଗହଳିପୂର୍ଣ୍ଣ ସ୍ଥାନରୁ ଟଙ୍କା ଲୁଟକୁ ନେଇ ପୋଲିସର କାର୍ଯଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି ଲୋକେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ