କୋଭିସିଲ୍ଡକୁ ଆମେରିକାର ମଞ୍ଜୁରୀ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କୋଭିଡ-୧୯ ଟିକାର ଡବଲ ଡୋଜ ନେଇଥିବା ଭାରତ ସମେତ ୩୩ଟି ଦେଶର ଲୋକେ ଆସନ୍ତା ନଭେମ୍ବର ମାସରୁ ଆମେରିକା ବିମାନ ଯାତ୍ରା କରିପାରିବେ । ଏଥିପାଇଁ ମଞ୍ଜୁରୀପ୍ରାପ୍ତ ଟିକା ତାଲିକାରେ ଭାରତ ପ୍ରସ୍ତୁତ କୋଭିସିଲ୍ଡ ରହିଛି । କେବଳ କୋଭିସିଲ୍ଡ ନେଇଥିବା ଭାରତୀୟ ଆମେରିକା ଯାଇପାରିବେ । ଅନ୍ୟଦେଶ ମଧ୍ୟରେ ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ସ୍ପେନ, ସୁଇଜରଲାଣ୍ଡ, ଗ୍ରୀସ୍, ବ୍ରିଟେନ, ଆୟରଲାଣ୍ଡ, ଚାଇନା, ଦକ୍ଷିଣ ଆଫ୍ରିକା, ଇରାନ ଓ ବ୍ରାଜିଲର ଲୋକଙ୍କୁ ଆମେରିକା ଯିବା ପାଇଁ ଅନୁମତି ମିଳିଛି ।

ବିମାନଯାତ୍ରା କରିବା ପର୍ବୂରୁ ସେମାନଙ୍କୁ ଟିକା ନେଇଥିବାର ପ୍ରମାଣପତ୍ର ଦେଖାଇବାକୁ ହେବ । ସେମାନେ ଆମେରିକାରେ ପହଞ୍ଚିବାପରେ ଆଉ କ୍ୱାରେଣ୍ଟାଇନରେ ରହିବାକୁ ପଡିବନାହିଁ । ବର୍ତ୍ତମାନ ସୁଦ୍ଧା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ୭ କୋଭିଡ ଟିକାକୁ ମଞ୍ଜୁରୀ ଦେଇଛି । ଅନ୍ୟପକ୍ଷରେ କୋଭିସିଲ୍ଡ ଟିକା ନେଇଥିବା ଭାରତୀୟ ପାଇଁ ବ୍ରିଟେନ ଯିବାଲାଗି ଅନୁମତି ମିଳୁନଥିବାରୁ କେନ୍ଦ୍ରସରକାର ଜବାବୀ ପଦକ୍ଷପ ଗ୍ରହଣ କରିବେ ବେଲି ଚେତାବନୀ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’