Masthead

କେଉଁ ରାଜ୍ୟରେ ଗ୍ୟାସ ଦର କେତେ, ସବସିଡି କେତେ?

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଦେଶରେ ବିଭିନ୍ନ ରାଜ୍ୟରେ ଘରୋଇ ଏଲପିଜି ସିଲିଣ୍ଡର ଦର ଭିନ୍ନ ଭିନ୍ନ ରହିଛି । ଆପଣ ଜାଣିଛନ୍ତି କି କେଉଁ ରାଜ୍ୟରେ ଏଲପିଜି ସିଲିଣ୍ଡର ପାଇଁ କେତେ ଟଙ୍କା ଦେବାକୁ ପଡ଼େ । ଆଉ କେତେ ଟଙ୍କା ସବସିଡି ମିଳେ । ରାଜ୍ୟସଭାରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ଯାହା ତଥ୍ୟ ଆସିଛି ସେହି ଆଧାରରେ ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ । ଖାଲି କେନ୍ଦ୍ର ନୁହଁ ରାଜ୍ୟ ସରକାର ମଧ୍ୟ ଏଲପିଜି ଉପରେ ସବସିଡିର ବ୍ୟବସ୍ଥା କରିଛନ୍ତି । ସେଥିପାଇଁ ବିଭିନ୍ନ ରାଜ୍ୟରେ ଗ୍ୟାସ ସବସିଡି ଦରରେ ଭିନ୍ନ ଭିନ୍ନ ଦାମ ଦେଖିବାକୁ ମିଳେ । ଯଦି ଆମେ ଆଣ୍ଡାମାନ ନିକୋବର କଥା ଦେଖିବା ତେବେ ୧୪.୨ କେଜିର ଟାଙ୍କି ପାଇଁ ୯୭୯ଟଙ୍କା ଦେବାକୁ ପଡେ ପରେ ୬୩ ଟଙ୍କା ୯୩ ପଇସା ସବସିଡି ଆକାରରେ ଆକାଉଣ୍ଟକୁ ଆସେ । ସେହିପରି ଆନ୍ଧ୍ରପ୍ରଦେଶ ବିଶାଖାପାଟନମରେ ୯୧୧ଟଙ୍କା ହୋଇଥିବା ବେଳେ ସବସିଡି ଆକାରରେ ୩ଟଙ୍କା ୯୫ ପଇସା ଫେରସ୍ତ ଆସେ ।

 

ଅରୁଣାଚଳ ପ୍ରଦେଶ ଇଟାନଗରରେ ଘରୋଇ ଏଲପିଜି ଦର ୯୬୮ଟଙ୍କା ୫ ପଇସା ଏବଂ ସବସିଡି ୫୩ ଟଙ୍କା ୫୫ ପଇସା । ଆସାମ ଗୌହାଟିରେ ଦର ୯୫୨ ଟଙ୍କା ସବସିଡି ୫୨ ଟଙ୍କା ୫୭ ପଇସା । ବିହାର ପାଟନାରେ ଦର ୧୦୦୧ଟଙ୍କା ସବସିଡି ୭୯.୨୬ ଟଙ୍କା । ଚଣ୍ଡିଗଡ଼ରେ ଏଲପିଜି ରେଟ ୯୧୨.୫ ଟଙ୍କା ହୋଇଥିବା ବେଳେ ସବସିଡି ଆକାରରେ ୮ଟଙ୍କା ୭୯ ପଇସା ଆକାଉଣ୍ଟକୁ ଆସେ । ସେହିପରି ଛତିଶଗଡ଼ ରାୟପୁରରେ ଦର ୯୭୪ଟଙ୍କା ହୋଇଥିବା ବେଳେ ୬୧ଟଙ୍କା ୨୪ ପଇସା ସବସିଡି ଆକାରରେ ଆସିଥାଏ । ଲଦାଖରେ ଏଲପିଜି ଦର ସବୁଠୁ ଅଧିକ । ଲଦାଖରେ ୧୧୪୦ଟଙ୍କା ଦେବାକୁ ପଡ଼େ ୨୦୭ ଟଙ୍କା ସବସିଡି ଆସେ । ସେହିପରି ଦିଲ୍ଲୀ, ଗୋଆ, ଦାଦ୍ରାନଗର ହାବେଳି ଓ ଡାମନ ଡିଉ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଏବଂ ରାଜସ୍ଥାନରେ ସବସିଡି ବିଲକୁଲ ଆସିନଥାଏ ।

ସେହିପରି ଓଡ଼ିଶାରେ ଘରୋଇ ଏଲପିଜି ଦର ୯୨୯ ଟଙ୍କା ହୋଇଥିବା ବେଳେ ୧୩ଟଙ୍କା ୯୫ ପଇସା ସବସିଡି ଆକାରରେ ଆକାଉଣ୍ଟକୁ ଆସିଥାଏ । ତ୍ରିପୁରା, ସିକ୍କିମ, ମିଜୋରାମ, ମଣିପୁରରେ ଗ୍ୟାସ ଦର ହଜାରେ ଉପରେ ରହିଛି । ଦିଲ୍ଲୀରେ ଗ୍ୟାସ ଦର ସବୁଠୁ କମ । ୯୦୩ଟଙ୍କାରେ ମିଳୁଥିବା ବେଳେ ସବସିଡି ଜିରୋ । ସବୁ ରାଜ୍ୟରେ ଭିନ୍ନ ଭିନ୍ନ ଦରକୁ ଭିନ୍ନ ଭିନ୍ନ ସବସିଡି । ଯଦି ଆମେ ଏଲପିଜି ରେଟ ଆଉ ସବସିଡି ରେଟକୁ ହିସାବକୁ ନେବା ତେବେ ଲଦାଖରେ ଗ୍ୟାସ ଦର ସବୁଠୁ ଅଧିକ ଏବଂ ପୁଡୁଚେରୀରେ ଗ୍ୟାସ ଦର ସବୁଠୁ କମ୍ । ଲଦାଖରେ ୯୩୧ଟଙ୍କା ୮୬ ପଇସାରେ ମିଳୁଥିବା ବେଳେ ପୁଡୁଚେରୀରେ ୮୮୫ରେ ମିଳେ ଏଲପିଜି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି