Masthead

ଆତଙ୍କୀଙ୍କ ଟାର୍ଗେଟରେ କାଶ୍ମୀର

ଜାମ୍ମୁ-କାଶ୍ମୀର(ବଡ଼ ଖବର ବ୍ୟୁରୋ): ଆତଙ୍କୀଙ୍କ ଟାର୍ଗେଟରେ କାଶ୍ମୀର । ନିର୍ମମ ଭାବରେ କାଶ୍ମୀରିଙ୍କୁ ହତ୍ୟା କରୁଛନ୍ତି ଆତଙ୍କବାଦୀ । ୧୯୯୦ ଭଳି ପରିସ୍ଥିତି ସୃଷ୍ଟି କରିବାକୁ ପାକିସ୍ତାନ ଷଡ଼ଯନ୍ତ୍ର ଚଲାଇଛି । ଗତ ତିନି ଦିନ ମଧ୍ୟରେ ଉପତ୍ୟକାରେ ଆତଙ୍କବାଦୀଙ୍କ ଦ୍ୱାରା ପାଞ୍ଚ ନାଗରିକଙ୍କୁ ହତ୍ୟା କରାଯାଇଛି । ଏହା ପୂର୍ବରୁ ଅକ୍ଟୋବର ୨ରେ କାଶ୍ମୀରର ତିନୋଟି ଭିନ୍ନ ସ୍ଥାନରେ ଆତଙ୍କବାଦୀମାନେ ତିନି ଜଣଙ୍କୁ ହତ୍ୟା କରିଥିଲେ । ହେଲେ ବିଦ୍ୟାଳୟର ଭିତରକୁ ଯାଇ ହତ୍ୟା କରିବା ପରେ ଆତଙ୍କୀମାନେ ତାଙ୍କ ନିଷ୍ଠରତାର ସୀମାକୁ ଟପିଯାଇଥିଲେ । ଆତଙ୍କବାଦୀମାନେ ସଫକଡାଲ ଅଞ୍ଚଳର ସରକାରୀ ବାଳକ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ପ୍ରବେଶ କରିବା ପରେ ଦୁଇଜଣ ଶିକ୍ଷକଙ୍କ ଉପରକୁ ଗୁଳି ଚଳାଇଥିଲେ । ଯେଉଁଥିରେ ଉଭୟ ଶିକ୍ଷକ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ । ସେପଟେ କାଶ୍ମୀର ପଣ୍ଡିତମାନେ ଦୀର୍ଘବର୍ଷ ଧରି ଆତଙ୍କୀଙ୍କ ଟାର୍ଗେଟରେ ରହିଆସୁଛନ୍ତି । ହେଲେ ବର୍ତ୍ତମାନ ଆକ୍ରମଣ କରିବା ସହିତ ପଣ୍ଡିତମାନଙ୍କର ମନ୍ଦିର ଜାଳିଦେବା ପାଇଁ ମଧ୍ୟ ଉଦ୍ୟମ ଚଳାଇଛନ୍ତି ।

ନବେ ଦଶକରେ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହା ପରେ କାଶ୍ମୀର ପଣ୍ଡିତମାନେ ଉପତ୍ୟକା ଛାଡ଼ିବାକୁ ବାଧ୍ୟ ହୋଇଥିଲେ । କାହିଁକିନା ପାକିସ୍ତାନ ଏବଂ ଆଇଏସଆଇ କାଶ୍ମୀର ପଣ୍ଡିତମାନଙ୍କୁ କାଶ୍ମୀରରୁ ହଟାଇବା ପାଇଁ ବାରମ୍ବାର ଚେଷ୍ଟା କରୁଛନ୍ତି । କାଶ୍ମୀରରେ କେବଳ ମୁସଲିମ ସମ୍ପ୍ରଦାୟକର ଲୋକମାନେ ରହିବେ ବୋଲି ବହୁ ପୂର୍ବରୁ ଦାବି କରି ଆସୁଛନ୍ତି । କିଛି ଦିନ ଥମିଯିବା ପରେ ବର୍ତ୍ତମାନ ପୁଣିଥରେ ଉପତ୍ୟକାରେ ପଣ୍ଡିତମାନଙ୍କୁ ହତ୍ୟା କରିବାରେ ଲାଗିଛନ୍ତି । ଦିନକୁ ଦିନ ଉପତ୍ୟକାରେ ପଣ୍ଡିତମାନଙ୍କ ଜନସଂଖ୍ୟା ବୃଦ୍ଧି ପାଉଥିବାରୁ ଆତଙ୍କୀ ରାଷ୍ଟ୍ର ପାକିସ୍ତାନର ଚିନ୍ତା ବଢିଯାଇଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଲସ୍କର-ଏ-ତାଇବା, ଜୈଶୀ ମହମ୍ମଦ ଏବଂ ରେଜିଷ୍ଟାନ୍ସ ଫ୍ରଣ୍ଟକୁ ଏହି ସମାଜକୁ ଟାର୍ଗେଟ କରିବାର ଦାୟିତ୍ୱ ଦିଆଯାଇଛି । ସମଗ୍ର ଷଡ଼ଯନ୍ତ୍ର ହେଉଛି ସେମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିବା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ