Masthead

ଆସିକାରେ ମା’ ଖମ୍ବେଶ୍ୱରୀଙ୍କ ବୈଶାଖୀ ଯାତ୍ରା ଉଦଯାପିତ

ଆସିକା(ବଡ଼ ଖବର ବ୍ୟୁରୋ): ଗଞ୍ଜାମ ଜିଲ୍ଲା ଆସିକା ସହରର ଅଧିଷ୍ଠାତ୍ରୀ ଦେବୀ ମା ଖମ୍ବେଶ୍ୱରୀଙ୍କ ବୈଶାଖୀ ଯାତ୍ରା ଆଜି ଉଦଯାପିତ ହୋଇଯାଇଛି । କେଉଁ ଆବାହନ କାଳରୁ ଆସିକା ସହରରେ ମା ଖମ୍ବେଶ୍ୱରୀଙ୍କ ବୈଶାଖୀ ଯାତ୍ରା ଅନୁଷ୍ଠିତ ହୋଇ ଆସୁଛି । ଏହି ଯାତ୍ରାରେ ଖୁବ ଆତ୍ମବିଭୋର ହୋଇ ମାନସିକ ଧାରି ମାନେ ଆସି ଆସିକା ମା ଖମ୍ବେଶ୍ୱରୀ ନଗର ପରିକ୍ରମାରେ ସାମିଲ ହୋଇଥିଲେ । ଏହି ପରିକ୍ରମା ପାଇଁ ପ୍ରତ୍ୟେକ ଦିନ ଚଳଚଂଚଳ ହୋଇ ଉଠିଥିଲା ସାରା ସହର । ପରିକ୍ରମା ବେଳେ ପ୍ରତ୍ୟେକ ଦିନ ଭକ୍ତ ଶ୍ରଦ୍ଧାଳୁ ସମାଗମ ଦେଖିବାକୁ ମିଳିଥିଲା । ଯାତ୍ରା ସମୟରେ ମା’ଙ୍କ ଠାରେ ମାନସିକ ରଖିଲେ ତାହା ପୂର୍ଣ୍ଣ ହୋଇଥାଏ ବୋଲି ଆବାହନ କାଳରୁ ବିଶ୍ୱାସ ରହିଛି ।

ମା’ଙ୍କ ନଗର ପରିକ୍ରମା ପାଇଁ ପୂର୍ବ ପରମ୍ପରା ଅନୁଯାୟୀ ପ୍ରତ୍ୟେକ ଦିନ ସମସ୍ତ ପ୍ରସ୍ତୁତି ସାଙ୍ଗକୁ ବିଭିନ୍ନ ବେଶରେ ଭକ୍ତ ଶ୍ରଦ୍ଧାଳୁ ମାନେ ରହିଥିଲେ । ବାଜା ବାଜଣାର ତାଳେ ତାଳେ ନାଚି ଉଠୁଥିଲେ । ମାଙ୍କ ଶେଷ ଯାତ୍ରାରେ ନଗର ପରିକ୍ରମା ପରେ ମା ଖମ୍ବେଶ୍ୱରୀ ଅସ୍ଥାୟୀ ମଣ୍ଡପରେ ଭକ୍ତ ଶ୍ରଦ୍ଧାଳୁ ଦର୍ଶନ ଦେଇଥିଲେ । ଏହା ସହିତ ବିଭିନ୍ନ ସାହିର ରଙ୍ଗାରଙ୍ଗ କାର୍ୟ୍ୟକ୍ରମ ସାଙ୍ଗକୁ ଉଭୟ ପୌରାଣିକ ନାଟକ, ଭକ୍ତ ପ୍ରହଲ୍ଲାଦ, ଭାରତ ଲୀଳା ଏବଂ ସାମାଜିକ ନାଟକ ପ୍ରଭୃତି ଅନୁଷ୍ଟିତ ହୋଇଥିଲା । ଏହି ଯାତ୍ରା ପାଇଁ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ