Masthead

ମନରେଗାରେ ମେସିନ କରୁଛି କାମ, ଅଧାରେ ଅଟକିଲା ପୋଖରୀ ଖୋଳା

ଚାନ୍ଦବାଲି(ବଡ଼ ଖବର ବ୍ୟୁରୋ): ପଞ୍ଚାୟତ ପୋଖରୀ ଖୋଳାକୁ କେନ୍ଦ୍ରକରି ଗଣ୍ଡଗୋଳ । ଅଧାରେ ଅଟକିଲା ପୋଖରୀ ଖୋଳା । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବଜରାପୁର ପଞ୍ଚାୟତରେ ଦୀର୍ଘ ୧୪ବର୍ଷରୁ ଅଧିକ ହେବ ପଞ୍ଚାୟତ ମହାଦେବ ପୋଖରୀ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଥିଲା । ସରପଞ୍ଚଙ୍କ ପ୍ରତିନିଧି ରାହୁଲ ସାହୁ ଏବଂ ସମିତି ସଭ୍ୟ ବିବେକାନନ୍ଦ ଧରଙ୍କ ତତ୍ୱାବଧାନରେ ପୋଖରୀ ପୁନରୁଦ୍ଧାର ପାଇଁ କାର୍ଯ୍ୟ ଚାଲିଥିବା ବେଳେ ଗାଁର କିଛି ଲୋକ ଏହାକୁ ବିରୋଧ କରିଛନ୍ତି । ପୋଖରୀ ଖୋଳାରେ ପାତରଅନ୍ତର କରାଯାଉଛି ସରକାରଙ୍କ ନିୟମକୁ ମାନୁ ନଥିବା ଅଭିଯୋଗ କରିଛନ୍ତି ।

ବିନା ସୂଚନାଫଳକ ଏବଂ ମେସିନ ସାହାର୍ଯ୍ୟରେ ପୋଖରୀ ଖୋଳା ଯାଉଥିବା ଅଭିଯୋଗ ହୋଇଛି । ଗାଁ ଲୋକେ କହିଛନ୍ତି ଏହି ପୋଖରୀ ଉପରେ ୫୦୦ରୁ ଅଧିକ ଲୋକ ନିର୍ଭର କରୁଥିବା ବେଳେ ଦେବଦେବ ମହାଦେବଙ୍କର ପୂଜା ପାଇଁ ଏହି ପୋଖରୀରୁ ପାଣି ଯାଇଥାଏ । ଏହି ପୋଖରୀ କୁଶଳୀ ଶ୍ରମିକ ମାନଙ୍କ ଦ୍ୱାରା ପୁନଃରୁଦ୍ଧାର କାମ ଚାଲୁଅଛି । ଯଦି କେହି ଏହି କାମକୁ ବିରୋଧ କରେ ତାଙ୍କ ବିରୁଦ୍ଧରେ ଚାନ୍ଦବାଲି ବିଡ଼ିଓ ଅଫିସ ଆଗରେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ