Masthead

ଖେଳୁଥିବାବେଳ ଚଢିଗଲା ଟ୍ରାକ୍ଟର

ମାହାଙ୍ଗା (ବଡ଼ ଖବର ବ୍ୟୁରୋ): ଟ୍ରାକ୍ଟର ଡ୍ରାଇଭରର ବେପରୁଆ ଗାଡି ଚାଳନା । ଶିଶୁ ପୁତ୍ରର ଚାଲିଗଲା ଜୀବନ । ଦିନକୁ ଦିନ ବଢି ଚାଲିଛି ଶିଶୁ ମୃତ୍ୟୁହାର । କିଏ ଦୁର୍ଘଟଣାରେ ଶିକାର ହେଉଛି ତ ଆଉ କିଏ ଅକାଳ ବିୟୋଗରେ ଚାଲିଯାଉଛି । ଏମିତି ଏକ ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ଭଦ୍ରେଶ୍ୱର ଥାନା ଝାଡେଶ୍ୱରପୁର ଚିଙ୍ଗୁଡ଼ିଆମୁଁହ ଅଂଚଳରେ । ଟ୍ରାକ୍ଟର ଚାଳକଙ୍କ ବେପରୁଆ ଗାଡ଼ି ଚକା ତଳେ ଚାଲିଗଲା ଅଢେଇ ବର୍ଷ ଶିଶୁ ପୁତ୍ର ପୀୟୁଷର ଜୀବନ ।

ଡ୍ରାଇଭର ଜଣଙ୍କ ଗତ କିଛି ମାସ ତଳେ ଚିଙ୍ଗୁଡ଼ିଆ ମୁହଁ ପାଟନାଳି ସେତୁର କାର୍ଯ୍ୟ କରୁଥିଲେ । ପିଲାଟି ଖେଳୁଥିବା ସମୟରେ ଡ୍ରାଇଭର ଜଣଙ୍କ ଟ୍ରାକ୍ଟର ଚଢାଇ ଦେଇଥିଲେ । ସେପଟେ କାହା ନିର୍ଦ୍ଦେଶରେ ମାଟି ବାହାରକୁ ବିକ୍ରି କରାଯାଉଥିଲା ଏବଂ ମାଟି ବିକ୍ରି ପଛରେ ବିଭାଗୀୟ ଅଧିକାରୀଙ୍କ ହାତ ଅଛି କି ବୋଲି ଅଭିଯୋଗ ଆଣିଛନ୍ତି ମୃତ ଶିଶୁ ପୁତ୍ର ପୀୟୁଷର ପରିବାର ଲୋକେ । ପୁଅର ମୃତ୍ୟୁ ପରେ ଦିଗହରା ହୋଇପଡ଼ିଛନ୍ତି ବାପା -ମାଆ। ଅଭିଯୋଗ ପରେ ପୋଲିସ ଅଧିକ ତଦନ୍ତ ଚଳାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ