Before Header

ଭୂକମ୍ପରେ ଥରିଲା ମହାରାଷ୍ଟ୍ର

0 927

ମହାରାଷ୍ଟ୍ର (ବଡ଼ ଖବର ବ୍ୟୁରୋ): ସକାଳୁ ସକାଳୁ ଭୂକମ୍ପରେ ଥରିଲା ମହାରାଷ୍ଟ୍ର । ହିଂଗୋଲିରେ ୧୦ ମିନିଟରେ ଲଗାତାର ୨ଥର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୫ ଓ ୩.୬ । ପ୍ରାୟ ୧୦ ମିନିଟ୍‌ ବ୍ୟବଧାନରେ ଦୁଇ ଥର ଭୂକମ୍ପ ଝଟକା ଅନୁଭୂତ ହୋଇଛି। ହିଙ୍ଗୋଳିରେ ପ୍ରଥମ ଭୂକମ୍ପ ଝଟକା ସକାଳ ୬ଟା ୮ ମିନିଟ୍‌ରେ ଅନୁଭୂତ ହୋଇଥିଲା। ରିକ୍ଟର ସ୍ଲେଲରେ ଏହାର ତୀବ୍ରତା ୪.୫ ରେକର୍ଡ କରାଯାଇଥିଲା।

ଏହାପରେ ଭୂକମ୍ପର ଦ୍ୱିତୀୟ ଝଟକା ସକାଳ ୬ଟା ୧୯ ମିନିଟ୍‌ରେ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୬ ରହିଛି। ଭୂକମ୍ପର ଝଟ୍‌କା ଅନୁଭୂତ ହେବା ମାତ୍ରେ ଲୋକେ ଭୟଭୀତ ହୋଇପଡିଥିଲେ । ସଙ୍ଗେ ସଙ୍ଗେ ବାହାରକୁ ଚାଲି ଆସିଥିଲେ। ତେବେ ଭୂକମ୍ପ ଯୋଗୁ ଏଯାଏଁ କୌଣସି ପ୍ରକାରର କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ।

Leave A Reply

Your email address will not be published.