Masthead

ଆଇଏସଆଇଏସର ଭାରତ ମୁଖ୍ୟ ଗିରଫ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଇଏସଆଇଏସର ଭାରତ ମୁଖ୍ୟ ଗିରଫ । ଆଇଏସଆଇଏସର ଭାରତ ମୁଖ୍ୟ ହେଲେ ଆତଙ୍କବାଦୀ ହରିଶ ଆଜମଲ ଫାରୁକି । ଆସାମର ଧୁବରୀଠାରେ ଥିବା ଭାରତ-ବାଂଲାଦେଶ ସୀମାରେ ଥିବା ଅନ୍ତଃରାଷ୍ଟ୍ରୀୟ ସୀମା ନିକଟରୁ ଉଭୟଙ୍କୁ ଗିରଫ କରାଯାଇଛି। ହାରିଶ ଫାରୁକିଙ୍କ ସହ ତାଙ୍କର ଜଣେ ସହଯୋଗୀ ରେହାନଙ୍କୁ ବି ବାନ୍ଧିଛି STF । ଧର୍ମଶାଳାର ଧୁବ୍ରି ଅଂଚଳରୁ ଆତଙ୍କବାଦୀ ହରିଶ ଆଜମଲ ଫାରୁକିକୁ ଧରିଛି ସ୍ପେଶାଲ ଟାସ୍କ ଫୋର୍ସ। ବାଂଲାଦେଶ ସୀମାରୁ ଭାରତରେ ପ୍ରବେଶ କରିଥିବା ଫାରୁକିକୁ ଗିରଫ କରାଯାଇଛି।ତାର ସହଯୋଗୀ ଅନୁରାଗ ସିଂ ଓରଫ ରେହାନକୁ ବି ଗିରଫ କରାଯାଇଛି। ସେମାନଙ୍କୁ ଗିରଫ କରି ଗୌହାଟି ଆଣିଛି ଏସଟିଏଫ୍‌ ।

ତଦନ୍ତରୁ ଜଣାପଡ଼ିଛି ଯେ, ହରିଶର ଘର ଡେରାଡୁନର ଚକ୍ରତାରେ ହୋଇଥିବା ବେଳେ ରେହାନର ଘର ପାନିପଥ ଦିୱାନା ଅଂଚଳରେ। ହରିଶ ଫାରୁକି ଓରଫ ଆଜମଲ ଫାରୁକି ଡେରାଡୁନ୍‌ର ଚକରାତାରେ ରହୁଥିଲା । ସେ ଆଇଏସଆଇଏସ୍‌ର ଇଣ୍ଡିଆ ମୁଖ୍ୟ । ସେହିଭଳି ତାର ସହଯୋଗୀ ଅନୁରାଗ ସିଂହ ଓରଫ ରେହାନ ଧର୍ମାନ୍ତରଣ ଜରିଆରେ ଇସଲାମ ଗ୍ରହଣ କରିଥିଲା ।ଅନୁରାଗର ସ୍ତ୍ରୀ ବାଂଲାଦେଶ ନାଗରିକ । ଦୁଇ ଜଣ ଆଇଏସଏସ୍‌ର କୁଖ୍ୟାତ ସଦସ୍ୟ ।

ଉଭୟ ହରିଶ ଏବଂ ଅନୁରାଗ ଏନଆଇଏର ୱାଣ୍ଟେଡ୍ ଥିଲେ। ଭାରତରେ ଆତଙ୍କବାଦୀ ସଂଗଠନ ଆଇଏସ୍ ପାଇଁ ନିଯୁକ୍ତି, ଟେରର ଫଣ୍ଡିଂ ସହ ଅନେକ ଆତଙ୍କବାଦୀ କାର୍ୟ୍ୟକଳାପରେ ଉଭୟ ସାମିଲ ଥିବା ଏସଟିଏଫ୍ କହିଛି। ଏନଆଇଏଏ ଟିଏସ, ଦିଲ୍ଲୀ ଏବଂ ଲକ୍ଷ୍ନୌରେ ଉଭୟଙ୍କ ନାଁରେ ଅନେକ ମାମଲା ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି