Masthead

ବଢୁଛି ପ୍ରତାପଙ୍କ ଅଡୁଆ

ମାହାଙ୍ଗା(ବଡ଼ ଖବର ବ୍ୟୁରୋ): ମାହାଙ୍ଗାରେ ବିଜେପି ନେତାଙ୍କ ହତ୍ୟା ଘଟଣାକୁ ନେଇ ବଢୁଛି ବିବାଦ । ଏନେଇ ବିଜେପି ସିଧାସଳଖ ଭାବେ ବିଜେଡିକୁ ଟାର୍ଗେଟ କରିଛି । ନ୍ୟାୟ ପାଇଁ କଟକରେ ବିଜେପି ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ଘଟଣାରେ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବୀ  କରିଛି ବିଜେପି। ମୃତ କୁଳମଣି ବରାଳ ଓ ଦିବ୍ୟସିଂହ ବରାଳ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଦୁର୍ନୀତିକୁ ନେଇ ସାମ୍ନାକୁ ଆସିଥିଲେ । ଏଥିପାଇଁ ତାଙ୍କ ଜୀବନ ବିପଦ ଥିବାର କଥା ବହୁବାର ପ୍ରଶାସନକୁ ଜଣାଇଥିଲେ । ହେଲେ ପୋଲିସ ସୁରକ୍ଷା ପାଇଁ କୋଣସି ପଦକ୍ଷେପ ନେଇନଥିଲା । ରାଜନୈତିକ ଦଳ ତଥା ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ଇଶାରାରେ ଏପରି ହେଉଥିବାର ଅଭିଯୋଗ ଆସିଛି । ତେବେ ଶାସକ ଦଳର ମନମୁଖି ରାଜୁତି କରିବାର ଆରୋପ ଆଣିଛି ବିଜେପି ।ଅପରାଜିତା ଷଡଙ୍ଗୀ କଡା ପଦକ୍ଷେପ ଗ୍ରହଣ କରିବାପାଇଁ ଟ୍ୱିଟ ଯୋଗେ ସୂଚାଇଛନ୍ତି ।

ସେହିପରି ସମ୍ବିତ ପାତ୍ର ଟ୍ୱିଟ ଯୋଗେ କହିଛନ୍ତି ଯେ, ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୁଦ୍ଧରେ ସ୍ୱର ଉଠାଥିବାରୁ ବିଜେପି ନେତା କୁଳମଣି ବରାଳଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ଏଫଆଇଆରରେ ମନ୍ତ୍ରୀଙ୍କ ନାମ ଉଲ୍ଲେଖ ଥିବା ପରେ ବି କୋଣସି କାର୍ଯାନୁଷ୍ଠାନ ଗ୍ରହଣ କରାଯାଇନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ