Before Header

୨୦୧୯ରେ କେତେ ଅସ୍ତ୍ରଶସ୍ତ୍ର ଜବତ ହୋଇଛି ଜାଣନ୍ତି, ପଢନ୍ତୁ ପୂରା ଖବର

0 232

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଜୀବନକୁ ବାଜି ଲଗାଇ ସୁରକ୍ଷା କର୍ମୀମାନେ ଦେଶକୁ ବାହ୍ୟ ଶତ୍ରୁ ଆକ୍ରମଣରୁ ରକ୍ଷା କରୁଛନ୍ତି । ଦେଶର ଆଭ୍ୟନ୍ତରୀଣ ଶୃଙ୍ଖଳା ରକ୍ଷା ସହିତ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏହି ସୁରକ୍ଷା କର୍ମୀମାନେ ମାନବିକତାର ପରିଚୟ ଦେଇ ଦେଶବାସୀଙ୍କ ପ୍ରଶଂସାର ପାତ୍ର ହେଉଛନ୍ତି । ତଥାପି ଏମାନଙ୍କ ସୁରକ୍ଷା ବିପନ୍ନ ହେଉଛି । ଦେଶକୁ ବେଆଇନ ମାରାତ୍ମକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଚାଲାଣରେ ରୋକ ଲାଗିପାରୁନି । ୨୦୧୯ରେ ସୁରକ୍ଷା କର୍ମୀମାନେ ଜବତ କରିଛନ୍ତି ୮୨ହଜାର ୧୮୭ ମାରାତ୍ମକ ଅସ୍ତ୍ରଶସ୍ତ୍ର । ତେବେ ପ୍ରଶ୍ନ ଉଠୁଛି ଏତେ ପରିମାଣର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଭାରତକୁ ଆସୁଛି କେଉଁଠୁ । ଜବତ ଅସ୍ତ୍ରଶସ୍ତ୍ର କେବଳ ସାଧାରଣ ବନ୍ଧୁକ, ରିଭଲଭର କିମ୍ବା ପିସ୍ତଲରେ ସୀମିତ ନାହିଁ । ଏହା ମଧ୍ୟରେ ରହିଛି ୪୦ ମିମି ଅଣ୍ଡର ବ୍ୟାରେଲ୍ ଗ୍ରେନେଡ୍ ଲଞ୍ଚର୍, ବାରେଟା କାର୍ବାଇନ୍, ଏମକେ୪ ରାଇଫଲ୍ ଏବଂ ଏକେ ୪୭ ସିରିଜ୍ର ୫୬, ୭୪ ଏବଂ ୮୧ ମାରାତ୍ମକ ରାଇଫଲ୍ ଅନ୍ତର୍ଭୁକ୍ତ ।

ସିଆରପିଏଫ୍, ବିଏସଏଫ୍, ଏନ୍ଆଇଏ, ଆସାମ ରାଇଫଲ, ଆଇଟିବିପି, ଏସଏସବି, ସିବିଆଇ ଏବଂ ବିଭିନ୍ନ ରାଜ୍ୟର ପୋଲିସ ଗତ ବର୍ଷ ୮୨୧୮୭ ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି । ସୁରକ୍ଷା ବାହିନୀ କେବଳ ଅସ୍ତ୍ରଶସ୍ତ୍ର ନୁହେଁ ୧.୫ ଲକ୍ଷ କାର୍ଟ୍ରିଜ, ହ୍ୟାଣ୍ଡ ଗ୍ରେନେଡ ଏବଂ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ମଧ୍ୟ ଜବତ କରିଛି। ଆତଙ୍କବାଦୀ ତଥା ନକ୍ସଲଙ୍କ ନିକଟରୁ ମାରାତ୍ମକ ଅସ୍ତ୍ରଶସ୍ତ୍ର ଉଦ୍ଧାର ହୋଇଥିବାବେଳେ ବିଭିନ୍ନ ରାଜ୍ୟ ପୋଲିସ ଦ୍ୱାରା ପିସ୍ତଲ, ରିଭଲଭର ଏବଂ ବନ୍ଧୁକ ଭଳି ହାଲୁକା ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଏହି ଅସ୍ତ୍ରଶସ୍ତ୍ରଗୁଡିକ ଅନେକ ଛୋଟ ରାଜ୍ୟର ପୋଲିସ୍ ବାହିନୀ ପାଖରେ ଥିବା ଅସ୍ତ୍ରଠାରୁ ଅଧିକ । ଗତ ବର୍ଷ ବିଭିନ୍ନ ମାମଲାରେ ୩ଟି ଏକେ ୪୭ ଏବଂ ଗୋଟିଏ ଏଲଏମଜି ସମେତ ୨୫ ଟି ଅସ୍ତ୍ରଶସ୍ତ୍ର ଜବତ ହୋଇଥିଲା। ଆତଙ୍କବାଦୀଙ୍କ କ୍ୟାମ୍ପରେ ସୁରକ୍ଷାକର୍ମୀମାନେ ଚଢଉ କରି ୨୧ଟି ମାଗାଜିନ ସମେତ ୨୨୪୧ କାର୍ଟ୍ରିଜ ମଧ୍ୟ ଉଦ୍ଧାର କରିଥିଲେ ।

ଏନସିଆରବି ରିପୋର୍ଟ ଅନୁଯାୟୀ ଆସାମ ରାଇଫଲ ୩୧୩ ମାରାତ୍ମକ ଅସ୍ତ୍ରଶସ୍ତ୍ର ଜବତ କରିଛି। ସେଥିମଧ୍ୟରେ ଅଛି ୫ କାର୍ବାଇନ୍ ୫୪୮ ବନ୍ଧୁକ, ୩୬ ପିସ୍ତଲ, ୪୦ ରିଭଲଭର ଏବଂ ୫୪ ରାଇଫଲ । ମାରାତ୍ମକ ଅସ୍ତ୍ରରେ ରହିଛି ଏମକେ ୪ ସିରିଜ୍ ରାଇଫଲ୍, ଏଚ୍କେ ୩୩ ରାଇଫଲ୍ ଏବଂ ବାରେଟା କାର୍ବାଇନ୍ । ବିଏସ୍ଏଫ୍ ଅନ୍ତର୍ଜାତୀୟ ସୀମା ଏବଂ ସୀମାନ୍ତବର୍ତ୍ତୀ ଅଞ୍ଚଳରୁ ପ୍ରାୟ ୧,୫୦୦ ଅସ୍ତ୍ରଶସ୍ତ୍ର ଜବତ କରିଥିଲା । ସିଏସ୍ଏଫ୍ ୧୯ ଅସ୍ତ୍ରଶସ୍ତ୍ର ଧରିଥିଲା। କାଶ୍ମୀରରେ ଆତଙ୍କବାଦୀଙ୍କୁଠାରୁ ସିଆରପିଏଫ ବିପୁଳ ମାରାତ୍ମକ ଅସ୍ତ୍ରଶସ୍ତ୍ର ଉଦ୍ଧାର କରିଛି। ନକ୍ସଲ ପ୍ରଭାବିତ ଅଞ୍ଚଳରେ ମଧ୍ୟ ବହୁ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଯବାନମାନେ ୨୫୬ କାର୍ବାଇନ୍, ପିସ୍ତଲ, ୨୯୨ ମାରାତ୍ମକ ଅସ୍ତ୍ର ଯେଉଁଥିରେ ଅଛି ଏକେ ୪୭ ରାଇଫଲ, ୟୁବିଜିଏଲ ମଡେଲ, ଏଚକେ ସିରିଜର ରାଇଫଲ । ଏହା ସହ ୨୦ ହଜାର କାର୍ଟ୍ରିଜ, ହ୍ୟାଣ୍ଡ ଗ୍ରେନେଡ, ଆଇଏଡି ଏବଂ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ମଧ୍ୟ ଜବତ କରାଯାଇଛି।

ଆଇଟିବିପି ନେପାଳ ସୀମାନ୍ତରେ ଥିବା ନକ୍ସଲ ପ୍ରଭାବିତ ଅଞ୍ଚଳରୁ ୨୨ଟି ବଡ ଅସ୍ତ୍ର, ଏସସିବି ୨୦ ଟି ଏବଂ ସିବିଆଇ ୧୨ ଟି ଅସ୍ତ୍ରଶସ୍ତ୍ର ଜବତ କରିଛି। ରିପୋର୍ଟ ଅନୁଯାୟୀ ଦେଶରେ ମୋଟ ୧ଲକ୍ଷ ୪୯ ହଜାର ୯୦୯ କାର୍ଟ୍ରିଜ ଏବଂ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ଗତବର୍ଷ ରାଜ୍ୟ ପୋଲିସ ବିଭାଗ ଦ୍ୱାରା ୭୯ହଜାର ୫୪୭ ବେଆଇନ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିଲା। କେନ୍ଦ୍ରୀୟ ସୁରକ୍ଷା ବାହିନୀ ଜବତ କରିଥିବା ଅଧିକାଂଶ ଅସ୍ତ୍ରଶସ୍ତ୍ର ବିଭିନ୍ନ ଅପରେସନ୍ ସମୟରେ ଉଦ୍ଧାର କରାଯାଇଛି।

Leave A Reply

Your email address will not be published.