ଗାନ୍ଧୀନଗର (ବଡ ଖବର ବ୍ୟୁରୋ): ଗୁଜୁରାଟରେ ବଡ଼ ଧରଣର ଦୁର୍ଘଟଣା । ଗୁଜୁରାଟର ଆନନ୍ଦ ଜିଲ୍ଲାର ତାରାପୁର ନିକଟରେ ଏକ ସଡକ ଦୁର୍ଘଟଣାରେ ଏକ ପରିବାରର ୧୦ ଜଣଙ୍କର ମୃତ୍ୟୁ ଘଟିଛି। ଆନନ୍ଦ ଜିଲ୍ଲାର ତାରାପୁର ରାଜପଥରେ ଏକ କାର ଏବଂ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି। କାରରେ ଥିବା ସମସ୍ତ ଲୋକ ସୁରଟରୁ ଭବନଗର ଯାଉଥିବାବେଳେ ତାରାପୁରର ଇନ୍ଦ୍ରଞ୍ଜ ଗ୍ରାମ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଥିଲା।

ମୃତକଙ୍କ ମଧ୍ୟରେ ଦୁଇଜଣ ମହିଳା, ସାତ ପୁରୁଷ ଏବଂ ଜଣେ ଶିଶୁ ଅଛନ୍ତି।ଘଟଣାର ଖବର ପାଇବା ପରେ ୧୦୮ ଆମ୍ବୁଲାନ୍ସ ଏବଂ ତାରାପୁର ପୋଲିସ ଦଳର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ମୃତକଙ୍କ ମୃତଦେହକୁ ତାରାପୁର ରେଫରାଲ ହସ୍ପିଟାଲକୁ ନିଆଯାଇଛି। ଘଟଣାର ଖବର ପାଇବା ପରେ ୧୦୮ ଆମ୍ବୁଲାନ୍ସ ଏବଂ ତାରାପୁର ପୋଲିସ ଦଳର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ମୃତକଙ୍କ ମୃତଦେହକୁ ତାରାପୁର ରେଫରାଲ ହସ୍ପିଟାଲକୁ ନିଆଯାଇଛି। ତାରାପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *