Masthead

ମହିଳାଙ୍କ ସହ ସେଲଫି ଉଠାକୁ ନେଇ ହତ୍ୟାକାଣ୍ଡ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ରେସଲର ସାଗର ହତ୍ୟା ଘଟଣାର ଏବେ ଆଉ ଏକ ବଡ଼ ଖୁଲାସା ହୋଇଛି । ମୃତ ସାଗର ଏବଂ ଗିରଫ ହୋଇଥିବା ଅଲିମ୍ପିଆନ୍‌ ସୁଶୀଲ କୁମାରଙ୍କ ଝଗଡ଼ା ପଛରେ ଜଣେ ମହିଳା ଥିବା ଜଣାପଡ଼ିଛି । ତେବେ ଏହି ମହିଳା ଜଣଙ୍କ ୟୁକ୍ରେନର । ବର୍ତ୍ତମାନ ଦିଲ୍ଲୀ ପୋଲିସ ସେହି ମହିଳାଙ୍କୁ ତଦନ୍ତ ପରିସର ଭୁକ୍ତ କରିଛି । ଏହାଛଡ଼ା ଏବେ ସେହି ମହିଳାଙ୍କ ସନ୍ଧାନ ମଧ୍ୟ ଆରମ୍ଭ କରିଦେଇଛି । ଗତ ମେ ୪ ତାରିଖରେ ସୁଶୀଲ ଓ ତାଙ୍କ ସାଥିମାନେ ସାଗର ଏବଂ ତାଙ୍କ ସାଥିଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଏଥିରେ ସାଗର ଗୁରୁତର ହୋଇପଡ଼ିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରଦିନ ତାଙ୍କର ମୃତ୍ୟୁ ଘଟିଥିଲା । ସୂଚନାନୁସାରେ ୟୁକ୍ରେନ ମହିଳା ଜଣଙ୍କ ପାଇଁ ସାଗର ଓ ସୁଶୀଲଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ।

ସୁଶୀଲଙ୍କ ଅନୁପସ୍ଥିତିରେ ଉକ୍ତ ମହିଳା ଜଣଙ୍କ ମଡେଲ୍‌ ଟାଉନ୍‌ରେ ଥିବା ତାଙ୍କ ଫ୍ଲାଟକୁ ନିୟମିତ ଆସୁଥିଲେ । ସେ ସାଗରଙ୍କ ସାଙ୍ଗ ଅମିତ ଏବଂ ଗ୍ୟାଙ୍ଗଷ୍ଟର କାଲା ଜଠେଡ଼ିର ଭଣଜା ସୋନୁ ମହାଲଙ୍କ ପରିଚତ ଥିଲେ । ହତ୍ୟା ଘଟଣା ଦିନ ରାତିରେ ସୁଶୀଲଙ୍କ ସାଥିମାନେ ସାଗର, ସୋନୁ ଓ ଅମିତ୍‌ଙ୍କୁ ନିସ୍ତୁକ ପିଟିଥିଲେ । ସୁଶୀଲଙ୍କ ସହ ଗିରଫ ହୋଇଥିବା ତାଙ୍କ ବନ୍ଧୁ ଅଜୟ ଉକ୍ତ ମହିଳା ଜଣଙ୍କୁ ପସନ୍ଦ କରୁଥିଲେ । ଉକ୍ତ ଫ୍ଲାଟରେ ସୋନୁଙ୍କ ଜନ୍ମଦିନ ପାଳନ ଅବସରରେ ଅଜୟ ଉକ୍ତ ମହିଳାଙ୍କ ସହ ସେଲଫି ଉଠାଇବା ପରେ ଝଗଡ଼ା ଆରମ୍ଭ ହୋଇଥିଲା । ଏହାପରଠୁ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ କନ୍ଦଳ ବଢି଼ଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାମ୍ମୁ କାଶ୍ମୀରେ ସିଆରପିଏଫ ଯାନ ର୍ଦୁଘଟଣା ଗ୍ରସ୍ଥ : ୩ ଯବାନଙ୍କ ମୃତ,୧୬ ଯବାନ ଆହାତ 🔴 ଘରକୁ ଫେରୁଥିବା ବେଳେ ମହିଳାଙ୍କୁ ଦୁଷ୍କର୍ମ 🔴 ଥାନାର ଥାର୍ଡ଼ ଡିଗ୍ରୀ ଘଟଣା, ଆଇଆଇସିଙ୍କୁ କାରଣ ଦର୍ଶାଅ ନୋଟିସ୍ 🔴 6 ଘଣ୍ଟିଆ ପୁରୀ ବନ୍ଦ 🔴 ୩ ଦିନିଆ ଦିଲ୍ଲୀ ଗସ୍ତ ସାରି ଫେରିବେ ମୋହନ ମାଝୀ 🔴 ଡ୍ରଗ୍ସ କଣ୍ଟ୍ରୋଲର ଅଫିସରଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ନବ ଦାସ ହତ୍ୟାକାଣ୍ଡ, ଆଜି ସାକ୍ଷ୍ୟ ଗ୍ରହଣ 🔴 ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା 🔴 ସୋଭନା ମହାନ୍ତି ମହିଳା କମିଶନ ଅଧ୍ୟକ୍ଷା 🔴 ଶିକ୍ଷକ ବଦଳିକୁ ବିରୋଧ, ସ୍କୁଲ ଗେଟରେ ତାଲା 🔴 ଜାମ୍ମୁ କାଶ୍ମୀରେ ସିଆରପିଏଫ ଯାନ ର୍ଦୁଘଟଣା ଗ୍ରସ୍ଥ : ୩ ଯବାନଙ୍କ ମୃତ,୧୬ ଯବାନ ଆହାତ 🔴 ଘରକୁ ଫେରୁଥିବା ବେଳେ ମହିଳାଙ୍କୁ ଦୁଷ୍କର୍ମ 🔴 ଥାନାର ଥାର୍ଡ଼ ଡିଗ୍ରୀ ଘଟଣା, ଆଇଆଇସିଙ୍କୁ କାରଣ ଦର୍ଶାଅ ନୋଟିସ୍ 🔴 6 ଘଣ୍ଟିଆ ପୁରୀ ବନ୍ଦ 🔴 ୩ ଦିନିଆ ଦିଲ୍ଲୀ ଗସ୍ତ ସାରି ଫେରିବେ ମୋହନ ମାଝୀ 🔴 ଡ୍ରଗ୍ସ କଣ୍ଟ୍ରୋଲର ଅଫିସରଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ନବ ଦାସ ହତ୍ୟାକାଣ୍ଡ, ଆଜି ସାକ୍ଷ୍ୟ ଗ୍ରହଣ 🔴 ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା 🔴 ସୋଭନା ମହାନ୍ତି ମହିଳା କମିଶନ ଅଧ୍ୟକ୍ଷା 🔴 ଶିକ୍ଷକ ବଦଳିକୁ ବିରୋଧ, ସ୍କୁଲ ଗେଟରେ ତାଲା