Masthead

ମହିଳାଙ୍କ ସହ ସେଲଫି ଉଠାକୁ ନେଇ ହତ୍ୟାକାଣ୍ଡ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ରେସଲର ସାଗର ହତ୍ୟା ଘଟଣାର ଏବେ ଆଉ ଏକ ବଡ଼ ଖୁଲାସା ହୋଇଛି । ମୃତ ସାଗର ଏବଂ ଗିରଫ ହୋଇଥିବା ଅଲିମ୍ପିଆନ୍‌ ସୁଶୀଲ କୁମାରଙ୍କ ଝଗଡ଼ା ପଛରେ ଜଣେ ମହିଳା ଥିବା ଜଣାପଡ଼ିଛି । ତେବେ ଏହି ମହିଳା ଜଣଙ୍କ ୟୁକ୍ରେନର । ବର୍ତ୍ତମାନ ଦିଲ୍ଲୀ ପୋଲିସ ସେହି ମହିଳାଙ୍କୁ ତଦନ୍ତ ପରିସର ଭୁକ୍ତ କରିଛି । ଏହାଛଡ଼ା ଏବେ ସେହି ମହିଳାଙ୍କ ସନ୍ଧାନ ମଧ୍ୟ ଆରମ୍ଭ କରିଦେଇଛି । ଗତ ମେ ୪ ତାରିଖରେ ସୁଶୀଲ ଓ ତାଙ୍କ ସାଥିମାନେ ସାଗର ଏବଂ ତାଙ୍କ ସାଥିଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଏଥିରେ ସାଗର ଗୁରୁତର ହୋଇପଡ଼ିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରଦିନ ତାଙ୍କର ମୃତ୍ୟୁ ଘଟିଥିଲା । ସୂଚନାନୁସାରେ ୟୁକ୍ରେନ ମହିଳା ଜଣଙ୍କ ପାଇଁ ସାଗର ଓ ସୁଶୀଲଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ।

ସୁଶୀଲଙ୍କ ଅନୁପସ୍ଥିତିରେ ଉକ୍ତ ମହିଳା ଜଣଙ୍କ ମଡେଲ୍‌ ଟାଉନ୍‌ରେ ଥିବା ତାଙ୍କ ଫ୍ଲାଟକୁ ନିୟମିତ ଆସୁଥିଲେ । ସେ ସାଗରଙ୍କ ସାଙ୍ଗ ଅମିତ ଏବଂ ଗ୍ୟାଙ୍ଗଷ୍ଟର କାଲା ଜଠେଡ଼ିର ଭଣଜା ସୋନୁ ମହାଲଙ୍କ ପରିଚତ ଥିଲେ । ହତ୍ୟା ଘଟଣା ଦିନ ରାତିରେ ସୁଶୀଲଙ୍କ ସାଥିମାନେ ସାଗର, ସୋନୁ ଓ ଅମିତ୍‌ଙ୍କୁ ନିସ୍ତୁକ ପିଟିଥିଲେ । ସୁଶୀଲଙ୍କ ସହ ଗିରଫ ହୋଇଥିବା ତାଙ୍କ ବନ୍ଧୁ ଅଜୟ ଉକ୍ତ ମହିଳା ଜଣଙ୍କୁ ପସନ୍ଦ କରୁଥିଲେ । ଉକ୍ତ ଫ୍ଲାଟରେ ସୋନୁଙ୍କ ଜନ୍ମଦିନ ପାଳନ ଅବସରରେ ଅଜୟ ଉକ୍ତ ମହିଳାଙ୍କ ସହ ସେଲଫି ଉଠାଇବା ପରେ ଝଗଡ଼ା ଆରମ୍ଭ ହୋଇଥିଲା । ଏହାପରଠୁ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ କନ୍ଦଳ ବଢି଼ଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ