Masthead

କମଲନାଥଙ୍କ ପାଇଁ ବିଜେପି ଦ୍ୱାର ସର୍ବଦା ବନ୍ଦ: ତଜିନ୍ଦର ସିଂ ବଗ୍ଗା

ମଧ୍ୟପ୍ରଦେଶ (ବଡ଼ ଖବର ବ୍ୟୁରୋ): ବର୍ତ୍ତମାନ ମଧ୍ୟପ୍ରଦେଶ ରାଜନୀତିରେ କଳ୍ପନାଜଳ୍ପନା ସରଗରମ ହେବାରେ ଲାଗିଛି। ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ବିଜେପିରେ ଯୋଗ ଦେଇପାରନ୍ତି ବୋଲି ଅନୁମାନ କରାଯାଉଛି। ଚର୍ଚ୍ଚା ହେଉଛି ସେ ତାଙ୍କ ପୁଅ ନକୁଲ ନାଥଙ୍କ ସହ ବିଜେପି ସହିତ ହାତ ମିଳାଇ ପାରନ୍ତି। ଏହି ଚର୍ଚ୍ଚା ଭିତରେ ବିଜେପି ନେତା ତଜିନ୍ଦର ସିଂ ବଗ୍ଗା ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି କି, କମଲନାଥ ବିଜେପିରେ ଯୋଗଦେବା ଖବର ମିଥ୍ୟା । ୧୯୮୪ ଶିଖ୍ ବିରୋଧୀ ଦଙ୍ଗାର ଅଭିଯୁକ୍ତ କମଲନାଥଙ୍କୁ ବିଜେପି କେବେ ବି ଗ୍ରହଣ କରିପାରିବ ନାହିଁ ।

ଏକ ଜାତୀୟ ଗଣମାଧ୍ୟମ ସହ ସାକ୍ଷାତକାର ବେଳେ ସେ କହିଛନ୍ତି କି, ୧୯୮୪ ଶିଖ୍ ବିରୋଧୀ ଦଙ୍ଗାର ଅଭିଯୁକ୍ତ ହେଉଛନ୍ତି କମଲନାଥ , ତାଙ୍କ ବିରୋଧରେ ଅନେକ ପ୍ରମାଣ ରହିଛି । ମୁଁ ୮ ଦିନ ଅନଶନ କରିବା ପରେ ଏସଆଇଟି କମଲନାଥଙ୍କ ବିରୋଧରେ ଯାଂଚ କରିଥିଲା । ରକାବଗଞ୍ଚ ଗୁରୁଦ୍ୱାର ପୋଡିବା ପଛରେ କମଲନାଥଙ୍କର ହାତ ରହିଛି । ଏସବୁ କାରଣରୁ ବିଜେପି କମଲନାଥଙ୍କୁ ଗ୍ରହଣ କରିବ ନାହିଁ ବୋଲି ବଗା ସ୍ପଷ୍ଟ କରିଛନ୍ତି ।

କେବଳ ସେତିକି ନୁହେଁ ବଗା କହିଛନ୍ତି କି, ମୁଁ ଦଳର ବରିଷ୍ଠ ନେତାଙ୍କ ସହ ଆଲୋଚନା କରିଛି ଓ ସେମାନଙ୍କ ମତ ହେଉଛି କମଲନାଥଙ୍କ ପାଇଁ ବିଜେପି ଦ୍ୱାର ସର୍ବଦା ବନ୍ଦ । ହେଲେ ବଗା କହିଛନ୍ତି କି, ଯଦି କମଲନାଥଙ୍କ ପୁଅ ସାଂସଦ ନକୁଲନାଥ ବିଜେପିରେ ଯୋଗ ଦିଅନ୍ତି ତେବେ ତାଙ୍କର କୌଣସି ଅଭିଯୋଗ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି