ବିଶ୍ୱର ସବୁଠୁ ଧନୀ ସହର ନ୍ୟୁୟର୍କ, ରହିଛନ୍ତି ୩ଲକ୍ଷ କୋଟିପତି, ୫୮ ଅରବପତି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ବିଶ୍ୱର ସବୁଠୁ ଧନୀ ସହର ନ୍ୟୁୟର୍କ । ଏହି ସହରରେ ଅଛନ୍ତି ୩ଲକ୍ଷ କୋଟିପତି, ୫୮ ଅରବପତି । ଗ୍ଲୋବାଲ ୱେଲଥ ଟ୍ରାକର ହେନଲେ ଆଣ୍ଡ ପାର୍ଟନର୍ସ ଅନୁସାରେ ଏହି ସହରରେ ବିଶ୍ୱର ସର୍ବାଧିକ ୩ ଲକ୍ଷ ୪୦ହଜାର କୋଟିପତି ବସବାସ କରୁଛନ୍ତି । ତେଣୁ ଏହି ସହରକୁ ବିଶ୍ୱର ସବୁଠୁ ଧନୀ ସହର ଭାବେ ପରିଚୟ ହୋଇଛି । ନ୍ୟୁୟର୍କ ପରେ ସବୁଠୁ ଧନୀ ସହର ତାଲିକାରେ ଟୋକିଓ ଏବଂ ସେନ୍ ଫ୍ରାନ୍ସିକୋ ସ୍ଥାନ ପାଇଛନ୍ତି । ତେବେ ଏହି ୨ ସହରରେ ଯଥାକ୍ରମେ ୨ ଲକ୍ଷ ୯୦ ହଜାର ୩୦୦ ଏବଂ ୨୫ହଜାର କୋଟିପତି ବସବାସ କରୁଛନ୍ତି ।

ଦୁନିଆର ୯ ଦେଶର ୯୭ ସହରକୁ ନେଇ ବିଶ୍ୱର ଧନୀ ତାଲିକା ପ୍ରସ୍ତୁତ କରାଯାଇଛି । ଆଫ୍ରିକା, ଅଷ୍ଟ୍ରେଲିଆ, ସିଆଇଏସ, ପୂର୍ବ-ଏସିଆ, ୟୁରୋପ, ମିଡିଲ-ଇଷ୍ଟ, ଉତ୍ତର ଆମେରିକା, ଦକ୍ଷିଣ ଏସିଆ ଏବଂ ଦକ୍ଷିଣ-ପୂର୍ବ ଏସିଆ ଇତ୍ୟାଦିର ୯୭ ସହର ଏହି ତାଲିକାରେ ସାମିଲ ହୋଇଛନ୍ତି । ତେବେ ଧନୀ ସହର ତାଲିକାରେ ଆମେରିକାର ନ୍ୟୁୟର୍କ, ଦ ବେ ଏରିଆ, ଲସ୍ ଏବଂ ଶିକାଗୋ ୪ଟି ସହର ସହିତ ଟପ୍ ରେ ରହିଛି । ଏହାବ୍ୟତୀତ ଚୀନର ଦୁଇଟି ସହର ବିଜିଙ୍ଗ ଏବଂ ଶଙ୍ଘାଇ ମଧ୍ୟ ଏଥିରେ ସ୍ଥାନ ପାଇଛି । ତେବେ ଲଣ୍ଡନ ଚତୁର୍ଥ ସ୍ଥାନରେ ରହିଥିବା ବେଳେ ସିଙ୍ଗାପୁର ପଞ୍ଚମରେ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ