Before Header

ମୋଦି ମାଗିଲେ ଲିଷ୍ଟ: ସଂସଦରେ କେଉଁମାନେ ଥିଲେ ଅନୁପସ୍ଥିତ

0 39

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ସଂସଦ ଗୃହରେ ଉପସ୍ଥିତ ରହୁନାହାନ୍ତି ସାଂସଦ । ଏନେଇ ଆଜି ବିଜେପିର ସାଂସଦଙ୍କୁ ଦୃଢ଼ ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଗୃହ କାର୍ଯ୍ୟ ସମୟରେ ଅନୁପସ୍ଥିତ ରହୁଥିବା ବିଜେପି ସାଂସଦ ମାନଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଆଜି ବିଜେପି ସଂସଦୀୟ ଦଳର ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ସମସ୍ତ ସାଂସଦଙ୍କୁ ଉପସ୍ଥିତ ରହିବାକୁ କହିଛନ୍ତି । ଏହାଛଡ଼ା ରାଜ୍ୟସଭାରେ ଗୁରୁତ୍ୱପୂର୍ଣ୍ଣ ବିଲ ପାସ ହେବା ସମୟରେ ବହୁ ସାଂସଦ ଉପସ୍ଥିତ ନଥିଲେ । ଯେଉଁମାନଙ୍କ ଲିଷ୍ଟ ମଧ୍ୟ ମାଗିଛନ୍ତି ମୋଦି ।

Leave A Reply

Your email address will not be published.