Masthead

ସ୍ୱାଭିମାନୀ ଅଞ୍ଚଳ ଆଦିବାସୀ ଭରସା କଲେ ସୁରକ୍ଷାବଳକୁ

ମାଲକାନଗିରି (ବଡ଼ ଖବର ବ୍ୟୁରୋ): ସରିଲା ନକ୍ସଲପନ୍ଥୀଙ୍କ ପିଏଲଜିଏ ସପ୍ତାହ । ମାଲକାନଗିରି ଜିଲ୍ଲାରେ ଆଉ ଶୁଭିନାହିଁ ଗୁଳି ଗୁଳାର ଶବ୍ଦ । ଜିଲ୍ଲାରେ ବିଏସଏଫ ବାହିନୀ ଲାଲ୍ ଗଡକୁ କବଜା କରିନେଇଥିବା ବେଳେ ଦୁର୍ବଳ ହୋଇ ପଡିଛି ମାଓ ସଂଗଠନ । ଦୀର୍ଘ ୭ ଦଶନ୍ଧି ପରେ ସ୍ୱାଭିମାନ ଅଞ୍ଚଳର ଲୋକେ ମାନିଲେ ନାହିଁ ନକ୍ସଲ ପନ୍ଥୀଙ୍କ ଆଦେଶ । ୭୦ ବର୍ଷ ପରେ ବଦଳିଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ଚିତ୍ର । ନକ୍ସଲ ପନ୍ଥୀଙ୍କ ପିଏଲଜିଏ ସପ୍ତାହରେ ଶୁଭିନାହିଁ ଗୁଳି ଗୁଳାର ଶବ୍ଦ କି ବାଜିଲା ନାହିଁ ବାଜା । ଏହି ଦୃଶ୍ୟ ଦେଖିବାକୁ ମିଳିଛି ମାଓ ପ୍ରବଣ ମାଲକାନଗିରି ଜିଲ୍ଲାରେ । ପ୍ରଥମ ଥର ଲାଗି ସ୍ୱାଭିମାନ ଅଞ୍ଚଳର ଲୋକେ ନକ୍ସଲ ପନ୍ଥୀଙ୍କ ଆଦେଶକୁ ନମାନି ପିଏଲଜିଏ ସପ୍ତାହରେ ସ୍ୱାଭାବିକ ଭାବେ ନିଜର କାର୍ୟ୍ୟ କରିଛନ୍ତି । ପୁର୍ବରୁ ଏମିତି ହେଉନଥିଲା । ନକ୍ସଲ ପନ୍ଥୀଙ୍କ ନାଲି ପତାକା ତଳେ ଏକାଠି ହେଉଥିଲେ ସ୍ୱାଭିମାନ ଅଞ୍ଚଳର ଆଦିବାସୀ ଲୋକେ । ପିଏଲଜିଏ ସପ୍ତାହରେ ମାଓବାଦୀଙ୍କ ସହ ହାତ ମିଳାଇ ନାଚ ଗୀତ ମଧ୍ୟ କରୁଥିଲେ । ହେଲେ ଏବେ ଆଉ ନକ୍ସଲ ପନ୍ଥୀଙ୍କ ଗୁଳିର ଭୟ ନାହିଁ ସେମାନଙ୍କୁ । କାରଣ ସେମାନଙ୍କ ପାଖରେ ଏବେ ଅଛନ୍ତି ସୁରକ୍ଷା କର୍ମୀ ।

ସ୍ୱାଭିମାନ ଅଞ୍ଚଳରେ ବାସ କରୁଥିବା ପ୍ରତିଟି ଲୋକଙ୍କ ଜୀବନର ସୁରକ୍ଷା ଦାୟୀତ୍ୱ ଏବେ ବିଏସଏଫ ବାହିନୀ ନିଜ ହାତକୁ ନେଇଛି । ଯେଉଁଥିପାଇଁ ଅବାଟକୁ ଚାଲିଯାଇଥିବା ଯୁବକ ଯୁବତୀମାନଙ୍କୁ ପୁଣି ଥରେ ସମାଜର ମୁଖ୍ୟ ସ୍ରୋତକୁ ଫେରି ଆସିବା ଲାଗି ଆହ୍ୱାନ କରିଛନ୍ତି ପୋଲିସ ଡିଆଇଜି । ମାଲକାନଗିରି ଜିଲ୍ଲାରେ ବଦଳିଥିବା ଏଭଳି ଚିତ୍ର ଦେଖି ଲୋକେ କହିଲେଣି ଯେ ଦିନେ ରାଜ୍ୟରେ ଏକ ନମ୍ବର ଜିଲ୍ଲା ହେବ ମାଲକାନଗିରି । ଗୁରୁପ୍ରିୟା ସେତୁ ବଦଳାଇ ଦେଇଛି ମାଲକାନଗିରି ଜିଲ୍ଲାର ଭବିଷ୍ୟତ । ଗୁରୁପ୍ରିୟା ସେତୁ ନିର୍ମାଣ ହେବା ପରେ ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳ ଲୋକେ ସ୍ୱାଭିମାନି ହୋଇଛନ୍ତି । ହିଂସାର ରାସ୍ତା ଛାଡି ପ୍ରଶାସନର ନିକଟତର ହୋଇଛନ୍ତି । ଜିଲ୍ଲାରେ କମିଛି ଗଞ୍ଜେଇ ଚାଷ ଆଉ ବଢିଛି ହଦଳୀ, ସୁଆଁ ବିରି ଓ ମାଣ୍ଡିଆ ପରି ସଶ୍ୟ ଜାତୀୟ ଫସଲ । ଦିନେ ନକ୍ସଲ ପନ୍ଥୀଙ୍କ ଲାଗି ଭାତ ରାନ୍ଧୁଥିବା ଲୋକେ ଏବେ ସେମାନଙ୍କୁ ବିରୋଧ କରିବାରେ ଲାଗିଛନ୍ତି । ସେମାନଙ୍କ ପାଖରେ ଏବେ ବିକାଶର ଧାରା ଆଗେଇ ଚାଲିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ