‘ମାଲକାନଗିରି ବେଶୀ ପ୍ରଭାବିତ’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟରେ ଜୋରଦାର ହୋଇଛି ପ୍ରସ୍ତୁତି ।  ବାତ୍ୟା ‘ଅର୍ଣ୍ଣବ’କୁ ନେଇ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରେସମିଟ୍  । ଲ୍ୟାଣ୍ଡଫଲ୍‌ ପରେ ମାଲକାନଗିରି ବେଶୀ ପ୍ରଭାବିତ ହେବ ବୋଲି କହିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ । କୋରାପୁଟ, ନବରଙ୍ଗପୁର, ଗଜପତି, ରାୟଗଡ଼ା ପ୍ରଭାବିତ ହେବ । ବାତ୍ୟା ପ୍ରଭାବିତ ହେବାକୁ ଥିବା ୮ ଜିଲ୍ଲାକୁ ୧୯ କୋଟି ଦିଆଯାଇଛି । ୪୬୬ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ କରାଯାଇ ସାରିଛି ।

ସେପଟେ ବାତ୍ୟାର ମୁକାବିଲା ପାଇଁ ଜିଲ୍ଲାପାଳ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତିକୁ ଚୂଡ଼ାନ୍ତ ରୂପ ଦିଆଯାଇଛି । ୮ଟି ଜିଲ୍ଲାରେ ପ୍ରାୟ ୪୮ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ଯୋଜନା ହୋଇଛି । କିଛି ଅଞ୍ଚଳରେ ଏହି ପ୍ରକ୍ରିୟା ଆରମ୍ଭ ମଧ୍ୟ ହୋଇଛି । ନବରଙ୍ଗପୁର ଜିଲ୍ଲାରେ ସର୍ବାଧିକ ୧୧ ହଜାର ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ଯୋଜନା ରହିଛି । ଲୋକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ସମ୍ବେଦନଶୀଳ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ନେବା ଉପରେ ଗୁରୁତ୍ୱ ଦିଆଯାଉଛି । ବିପର୍ଯ୍ୟୟର ମୁକାବିଲା ପାଇଁ ୪୮ଟି ଓଡ୍ରାଫ୍, ୮ଟି ଏନ୍‌ଡିଆର୍‌ଏଫ୍ ଏବଂ ୨୨୫ଟି ଅଗ୍ନିଶମ ଟିମ୍ ମୁତୟନ ଥିବା ସୂଚନା ମିଳିଛି । ଉଦ୍ଧାର କାର୍ଯ୍ୟ ପାଇଁ ଆବଶ୍ୟକ ସରଞ୍ଜାମ ସହ ଏହି ଟିମ୍‌ଗୁଡ଼ିକ ପ୍ରସ୍ତୁତ ରହିଛନ୍ତି । କେବଳ ବାତ୍ୟା ନୁହେଁ, ସମ୍ଭାବ୍ୟ ଭୂସ୍ଖଳନକୁ ନେଇ ମଧ୍ୟ ସରକାର ସତର୍କ ରହିଛନ୍ତି ।

ଗଜପତି ଜିଲ୍ଲାର ୧୨୫ଟି ସମ୍ବେଦନଶୀଳ ସ୍ଥାନ ଉପରେ ପ୍ରଶାସନ ନଜର ରଖିଛି। ବିପଦ ଆଶଙ୍କା ଥିବା ଅଞ୍ଚଳରୁ ଲୋକଙ୍କୁ ଆଗୁଆ ସ୍ଥାନାନ୍ତର କରାଯାଉଛି । ଆଶ୍ରୟସ୍ଥଳୀରେ ରନ୍ଧା ଖାଦ୍ୟ, ପାନୀୟ ଜଳ ଓ ଅନ୍ୟାନ୍ୟ ଆତ୍ୟଆବଶ୍ୟକ ସାମଗ୍ରୀ ମହଜୁଦ ରଖିବା ସହ ଜିଲ୍ଲାର ୨୧୦ ଜଣ ଗର୍ଭବତୀ ମହିଳାଙ୍କୁ ଆବଶ୍ୟକତା ଅନୁଯାୟୀ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ର କିମ୍ବା ମା’ ଗୃହକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଅଛି । ଏଥିସହ ଚୁଡ଼ା, ଗୁଡ଼, ଚିନି, ମହମବତୀ, କିରୋସିନ, ଔଷଧ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯଥେଷ୍ଟ ପରିମାଣରେ ଗଚ୍ଛିତ ରଖିବାକୁ ବିଭାଗୀୟ ଅଧିକାରୀଙ୍କୁ କୁହାଯାଇଛି।

ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଜିଲ୍ଲାରେ ବନ୍ୟାପ୍ଳାବିତ, ଜଳବନ୍ଦୀ ଓ ଦୁର୍ବଳ କଚ୍ଚା ଘରେ ରହୁଥିବା ସର୍ବମୋଟ ୧୧,୦୦୦ ଲୋକଙ୍କୁ ଚିହ୍ନଟ କରାଯାଇ ସୁରକ୍ଷିତ ସ୍ଥାନାନ୍ତର ବ୍ୟବସ୍ଥା ହୋଇଥିବା ବେଳେ ୩୨୦ ଜଣ ଆସନ୍ନ ପ୍ରସବାଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧୫୦ରୁ ଅଧିକ ଜଣଙ୍କୁ ସ୍ଥାନାନ୍ତରିତ କରାଯାଇଛି। ଜିଲ୍ଲା, ବ୍ଲକ ଓ ତହସିଲ ସ୍ତରରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ (୦୬୮୫୮-୨୨୨୪୩୪) କାର୍ଯ୍ୟକ୍ଷମ ରହିଛି। ସୁରକ୍ଷା ଓ ଉଦ୍ଧାର କାର୍ଯ୍ୟ ଲାଗି ୩ଟି ଓଡ୍ରାଫ୍ ଟିମ୍, ୧୨ଟି ଅଗ୍ନିଶମ ଦଳ, ୨୫୧ଟି ଯାନ, ଗୋଟିଏ ପାୱାର ବୋଟ୍ ଓ ୯ଟି ଡଙ୍ଗା ମୁତୟନ କରାଯାଇଛି । ୧୦ଟି ବହୁମୁଖୀ ଓ ୧୨୪ଟି ଅସ୍ଥାୟୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇ ରିଲିଫ୍ ସାମଗ୍ରୀ ମହଜୁଦ କରାଯାଇଥିବା ବେଳେ ଅନାବଶ୍ୟକ ଭାବେ ବାହାରକୁ ନଯିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ଏଥିସହ ୨୭ ଓ ୨୮ ତାରିଖରେ ନବରଙ୍ଗପୁର ଜିଲ୍ଲାର ସମସ୍ତ ସରକାରୀ, ବେସରକାରୀ ବିଦ୍ୟାଳୟ ତଥା ଅଙ୍ଗନବାଡ଼ି କେନ୍ଦ୍ର ଛାତ୍ରଛାତ୍ରୀଙ୍କ ପାଇଁ ଛୁଟି ଘୋଷଣା କରାଯାଇଥିବା ବେଳେ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ବିଦ୍ୟାଳୟରେ ଉପସ୍ଥିତ ରହିବେ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ପକ୍ଷରୁ ପୂର୍ବ ପ୍ରସ୍ତୁତି ଜୋରଦାର କରାଯାଇଛି। ପାରାଦୀପ ପୋର୍ଟରେ ୩୦୫ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରି ନିରାପଦରେ ରଖାଯାଇଛି।ହାର୍ବର ଓ ବୋଟ ସୁରକ୍ଷା ଦୃଷ୍ଟିରୁ ସମୁଦ୍ରରେ ଥିବା ମାଛ ଧରା ଡଙ୍ଗା ଓ ମତ୍ସ୍ୟଜୀବୀମାନଙ୍କୁ ପାରାଦୀପ ହାର୍ବର ଭିତରକୁ ଅଣାଯାଇ ନିରାପଦ ଆଶ୍ରୟ ଦିଆଯାଇଛି। ବନ୍ଦରର ଇଷ୍ଟର୍ଣ କ୍ୱେ-୧ (EQ-1) ବର୍ଥରେ ମୋଟ ୩୦୫ ଜଣ ମତ୍ସ୍ୟଜୀବୀଙ୍କୁ ରଖାଯାଇ ସେମାନଙ୍କ ସୁରକ୍ଷା ସୁନିଶ୍ଚିତ କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!