Masthead

ଚେନ୍ନାଇ ଯାଇଥିବା ବିନୋଦର ହେଲା କ’ଣ

ଭଞ୍ଜନଗର(ବଡ଼ ଖବର ବ୍ୟୁରୋ): ମାସେ କି ଦୁଇ ମାସ ନୁହେଁ। ଦୀର୍ଘ ୨ ବର୍ଷ ହେଲା ବିଛଣାରେ ପଡ଼ିଛନ୍ତି। ଖାଇବା, ପିଇବା ସେହି ବିଛଣାରେ ହିଁ କରୁଛନ୍ତି। ଅନ୍ୟର ସାହାରାରେ ହିଁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଉଛନ୍ତି। ଯେଉଁ ବୟସରେ ରୋଜଗାର କରି ପରିବାର ପ୍ରତିପୋଷଣ କରିବା କଥା ସେ ବିଛଣାରେ ପଡ଼ି ଦିନ କାଟୁଛନ୍ତି।
ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଳକ ଅନ୍ତର୍ଗତ ଲାଲସିଂ ଗ୍ରାମର ନୂଆ ସାହିର ବିନୋଦ କୁମାର ସାହୁ (୩୫)। ବିନୋଦ ଅଜଣା ରୋଗରେ ପୀଡ଼ିତ ହୋଇଛନ୍ତି। ସୁଦୂର ଚେନ୍ନାଇରେ କାମ କରି ପରିବାର ଚଳାଉଥିବା ଭେଣ୍ଡିଆ ପୁଅଟି ଆଜି ପରିବାର ପାଇଁ ବୋଝ ପାଲଟି ଯାଇଛନ୍ତି।
ବିନୋଦଙ୍କ ପରିବାର କହିଲେ ସ୍ତ୍ରୀ ଲିଲି ସାହୁ ଓ ଦୁଇ ବର୍ଷର କୁନି ଝିଅ । ବିନୋଦ ଶ୍ରମିକ ଭାବେ ଚେନ୍ନାଇରେ ରହି କାମ କରୁଥିବା ବେଳେ ହଠାତ କୌଣସି କାରଣରୁ ଅସୁସ୍ଥ ହୋଇ ପଡ଼ିବା ସହ କଥା କହିପାରିଲେନି। ଫଳରେ ସେ ଚେନ୍ନାଇରୁ ଫେରିଆସିଥିଲେ ଗାଁକୁ। ଗାଁକୁ ଆସି ସେ ବିଭିନ୍ନ ମେଡିକାଲରେ ଚିକିତ୍ସା କରାଇଥିଲେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟରେ କୌଣସି ଉନ୍ନତି ଘଟି ନାହିଁ। ଫଳରେ ସ୍ତ୍ରୀ ଲିଲି ସାହୁ ସ୍ୱାମୀଙ୍କ ଅଚିହ୍ନା ରୋଗକୁ ଭଲ କରିବାକୁ ଯାଇ ଅସହାୟ ହୋଇଯାଇଛନ୍ତି। ଯାହା ଥିଲା ବିକି ଭାଙ୍ଗି ସ୍ୱାମୀଙ୍କ ଆରୋଗ୍ୟ ପାଇଁ ଖର୍ଚ୍ଚ କରିସାରିଲେଣି। ଏ ନେଇ ସ୍ତ୍ରୀ ଲିଲି ସାହୁ କହିଛନ୍ତି ଦିନଯାକ ଖଟିଲେ ଯାହା ଟଙ୍କା ମିଳେ ଚଳିବା ମଧ୍ୟ କଷ୍ଟକର। ଏପଟେ ସ୍ୱାମୀଙ୍କ ଦେହ ଖରାପ ହେବାଠାରୁ କୁନି ଝିଅଟିକୁ ପାଳିବା ସଙ୍ଗେ ସଙ୍ଗେ ଚିକିତ୍ସା ପାଇଁ ଅର୍ଥ ଅଭାବରୁ ଚଳିବା କଷ୍ଟକର ହୋଇ ପଡୁଛି। ଅନେକ ଥର ମେଡିକାଲରେ ଦେଖିଇଲେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେଉନାହିଁ। ଅର୍ଥ ଅଭାବରୁ ଭଲ ମେଡିକାଲରେ ଦେଖାଇବା ମଧ୍ୟ ସମ୍ଭବ ହୋଇପାରୁନି। ଦିନକୁ ଦିନ ଅସୁସ୍ଥତା ବଢ଼ୁଛି। ତେବେ ସରକାରୀ ସହାୟତା ହେଉ କିମ୍ବା କୌଣସି ସହୃଦୟ ବ୍ୟକ୍ତିଙ୍କ ସହାୟତା ମିଳିଲେ ସ୍ୱାମୀ ବିନୋଦଙ୍କ ଜୀବନ ବଞ୍ଚିଯିବ ବୋଲି ସ୍ତ୍ରୀ ଲିଲି ସାହୁ କୋହଭରା କଣ୍ଠରେ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା