ପରକୀୟା ପ୍ରୀତିର କରୁଣ ପରିଣତି

ପ୍ରେମିକାର ଗଳା କାଟିଲା ପ୍ରେମିକ

ଗଞ୍ଜାମ (ବଡ଼ ଖବର ବ୍ୟୁରୋ): ପରକୀୟା ପ୍ରୀତି କେତେ ଯେ ଭୟଙ୍କର ଗଞ୍ଜାମ ଜିଲ୍ଲା ବାଲିପଦର ଅଞ୍ଚଳରେ ଦେଖିବାକୁ ମିଳିଛି । ବିବାହିତା ପ୍ରେମିକା ଏବଂ ତାଙ୍କ ପୁଅର ଗଳା କାଟିଦେଇଛି ପ୍ରେମିକ । ଏତିକିରେ ମନ ବୁଝିଲାନି ଯେ ଶେଷରେ ନିଜ ଗଳା କାଟିବାକୁ ପଛାଇନି ପାଗଳ ପ୍ରେମିକ । ଗୁରୁତର ମହିଳା ଏବଂ ତାଙ୍କ ପୁଅଙ୍କୁ ବ୍ରହ୍ମପୁର ବଡ଼ମେଡିକାଲରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତ ପ୍ରେମିକ ରୂପନାରାୟଣକୁ ଅଟକ ରଖିଛି ପୋଲିସ ।

ଅଭିଯୁକ୍ତ ରୂପନାରାୟଣ ଜଣେ ଇଲେକ୍ଟି ଇଞ୍ଜିନିୟର । ମହିଳାଙ୍କ ସ୍ୱାମୀ ଢ଼େଙ୍କାନାଳରେ ତାଙ୍କ ସହ କାମ କରୁଥିଲେ । ସେଠାରେ ରୂପନାରାୟଣ ସହ ମହିଳାଙ୍କ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା । ଅଢ଼େଇବର୍ଷ ହେବ ସ୍ୱାମୀଙ୍କ ସହ ଗାଁରେ ଆସି ରହିଥିଲେ ସୁଦ୍ଧା ମହିଳାଙ୍କ ପାଖକୁ ଯିବା ଆସିବା କରୁଥିଲେ ପ୍ରେମିକ ରୂପନାରାୟଣ ।

ସେମବାର ବିବାହିତା ପ୍ରେମିକାଙ୍କ ଫୋନ ନଲାଗିବାରୁ ସିଧା ଆସି ଘରେ ପହଞ୍ଚିଯାଇଥିଲେ ପ୍ରେମିକ । ସାମାନ୍ୟ କଥାକୁ ନେଇ ବଚସା ହେବାରୁ ଘଟିଥିଲା ଅପ୍ରୀତିକର ପରିସ୍ଥିତି । ପ୍ରେମିକା ଓ ତାଙ୍କ ପୁଅର ଗଳା କାଟିବା ପରେ ନିଜର ଗଳାକୁ କାଟି ଫେରାର ହୋଇଯାଉଥିବା ବେଳେ ଗାଁଲୋକେ କାବୁ କରି ନେଇଥିଲେ । ଉତ୍ତମ ମଧ୍ୟମ ଦେବା ପରେ ଅଭିଯୁକ୍ତକୁ ପୋଲିସ ଜିମା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’