ସମୀର ୱାଙ୍ଖଡେଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ ଆରମ୍ଭ

(ବଡ଼ ଖବର ବ୍ୟୁରୋ) :  ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ମାମଲାର ତଦନ୍ତ କରୁଥିବା ଏନସିବି ଜୋନାଲ ହେଡ୍ ସମୀର ୱାଙ୍ଖଡେଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ । ତାଙ୍କ ବିରୋଧରେ ଆରମ୍ଭ ହୋଇଛି ଭିଜିଲାନ୍ସ ତଦନ୍ତ । ୱାଙ୍ଖଡେଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗରେ ଭିଜିଲାନ୍ତ ତଦନ୍ତ ଆରମ୍ଭ ହୋଇଛି ।

ତେବେ ସମୀର ଏବେ ଜୋନାଲ ହେଡ ପଦରେ ରହିବେ ନା ହଟିବେ ତାକୁ ନେଇ ଏବେ ସସପେନ୍ସ । ଲାଞ୍ଚ ଏବଂ ଲଗାତାର ଭ୍ରଷ୍ଟାଚାର ଅଭିଯୋଗ ସାମ୍ନାକୁ ଆସିବା ପରେ ସମୀରଙ୍କ ଦିଲ୍ଲୀ ସ୍ଥିତ ଏନସିବି ମୁଖ୍ୟକାର୍ଯ୍ୟଳୟକୁ ପଚରାଉଚରା ପାଇଁ ଡକାଯାଇଛି । ଏନସିବି ମୁମ୍ବାଇ ଟିମ ସମୀରଙ୍କ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଦିଲ୍ଲୀ ହେଡ ଅଫିସକୁ ପଠାଇଛି ।

ତେବେ ସମୀର ମଧ୍ୟ ଦିଲ୍ଲୀ ଗସ୍ତରେ ବାହାରିଛନ୍ତି । ସୂଚନା ଅନୁଯାୟୀ, ଗତକାଲି ଏନସିବି ସାକ୍ଷୀ ପ୍ରଭାକର ସେଲ ଆର୍ୟନଙ୍କୁ ଛାଡିବା ପାଇଁ ଲାଞ୍ଚ କାରବାର ହୋଇଥିବା ନେଇ ଦାବି କରିଥିଲେ । ପ୍ରଥମେ ୨୫ କୋଟି ଟଙ୍କାର ବୋମା ଫିଙ୍ଗିବାକୁ କୁହାଯାଇଥିଲା । କିନ୍ତୁ ପରେ ୧୮ କୋଟି ଟଙ୍କାରେ ଡିଲ ହୋଇଥିଲା । ଏଥିରୁ ସମୀର ୱାଙ୍ଖଡେ ୮ କୋଟି ଟଙ୍କା ନେଇଥାନ୍ତେ ବୋଲି ପ୍ରଭାକର କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ