Masthead

ସମୀର ୱାଙ୍ଖଡେଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ ଆରମ୍ଭ

(ବଡ଼ ଖବର ବ୍ୟୁରୋ) :  ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ମାମଲାର ତଦନ୍ତ କରୁଥିବା ଏନସିବି ଜୋନାଲ ହେଡ୍ ସମୀର ୱାଙ୍ଖଡେଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ । ତାଙ୍କ ବିରୋଧରେ ଆରମ୍ଭ ହୋଇଛି ଭିଜିଲାନ୍ସ ତଦନ୍ତ । ୱାଙ୍ଖଡେଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗରେ ଭିଜିଲାନ୍ତ ତଦନ୍ତ ଆରମ୍ଭ ହୋଇଛି ।

ତେବେ ସମୀର ଏବେ ଜୋନାଲ ହେଡ ପଦରେ ରହିବେ ନା ହଟିବେ ତାକୁ ନେଇ ଏବେ ସସପେନ୍ସ । ଲାଞ୍ଚ ଏବଂ ଲଗାତାର ଭ୍ରଷ୍ଟାଚାର ଅଭିଯୋଗ ସାମ୍ନାକୁ ଆସିବା ପରେ ସମୀରଙ୍କ ଦିଲ୍ଲୀ ସ୍ଥିତ ଏନସିବି ମୁଖ୍ୟକାର୍ଯ୍ୟଳୟକୁ ପଚରାଉଚରା ପାଇଁ ଡକାଯାଇଛି । ଏନସିବି ମୁମ୍ବାଇ ଟିମ ସମୀରଙ୍କ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଦିଲ୍ଲୀ ହେଡ ଅଫିସକୁ ପଠାଇଛି ।

ତେବେ ସମୀର ମଧ୍ୟ ଦିଲ୍ଲୀ ଗସ୍ତରେ ବାହାରିଛନ୍ତି । ସୂଚନା ଅନୁଯାୟୀ, ଗତକାଲି ଏନସିବି ସାକ୍ଷୀ ପ୍ରଭାକର ସେଲ ଆର୍ୟନଙ୍କୁ ଛାଡିବା ପାଇଁ ଲାଞ୍ଚ କାରବାର ହୋଇଥିବା ନେଇ ଦାବି କରିଥିଲେ । ପ୍ରଥମେ ୨୫ କୋଟି ଟଙ୍କାର ବୋମା ଫିଙ୍ଗିବାକୁ କୁହାଯାଇଥିଲା । କିନ୍ତୁ ପରେ ୧୮ କୋଟି ଟଙ୍କାରେ ଡିଲ ହୋଇଥିଲା । ଏଥିରୁ ସମୀର ୱାଙ୍ଖଡେ ୮ କୋଟି ଟଙ୍କା ନେଇଥାନ୍ତେ ବୋଲି ପ୍ରଭାକର କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ