Masthead

ଯେଉଁମାନେ ଏ ଦୁର୍ଦ୍ଦଶାର କାରଣ ସେମାନଙ୍କୁ କ୍ଷମା ଦେବା ଅନୁଚିତ: ମମତା ବାନାର୍ଜୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଆରବିଆଇର ବଡ଼ ନିଷ୍ପତ୍ତି । ୨ ହଜାର ଟଙ୍କିଆ ନୋଟ ପ୍ରତ୍ୟାହାର କଲା ଆରବିଆଇ । ସେପ୍ଟେମ୍ବର ୩୦ ସୁଦ୍ଧା ବ୍ୟାଙ୍କରେ ବଦଳାଇ ହେବ ନୋଟ । ଏବେ ବଜାରରେ ଥିବା ୨ ହଜାର ଟଙ୍କିଆ ନୋଟ୍ ସଚଳ ରହିବ । କେନ୍ଦ୍ର ସରକାର ଗ୍ରହଣ କରିଥିବା ଏହି ନିଷ୍ପତ୍ତିକୁ ତୀବ୍ର ସମାଲୋଚନା କରିଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହାକୁ ସେ ‘ବିଲିୟନ୍ ଡଲାର୍ ଧୋକା’ ବୋଲି କହିଛନ୍ତି।

୨୦୧୬ରେ ବିମୁଦ୍ରିକରଣ ଯୋଗୁଁ ଜନସାଧାରଣ ଭୋଗିଥିବା ଅଭୁଲା ଦୁର୍ଦ୍ଦଶା କଥା ମନେପକାଇ ମମତା ଟୁଇଟ୍ କରି କହିଛନ୍ତି, ଏଇଟା ୨୦୦୦ ଟଙ୍କିଆ ‘ଧମାକା’ ନୁହେଁ, ୧୦୦ କୋଟି ଭାରତୀୟଙ୍କ ପ୍ରତି ‘ବିଲିୟନ୍ ଡଲାର୍ ଧୋକା’। ଭାଇଭଉଣୀମାନେ ଜାଗ୍ରତ ହୁଅନ୍ତୁ। ବିମୁଦ୍ରିକରଣ ସମୟରେ ଭୋଗିଥିବା ଦୁର୍ଦ୍ଦଶା ଆମେ ଭୁଲିପାରିବା ନାହିଁ। ଯେଉଁମାନେ ଏ ଦୁର୍ଦ୍ଦଶାର କାରଣ ସେମାନଙ୍କୁ କ୍ଷମା ଦେବା ଅନୁଚିତ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ