Before Header

କୋଭିଡ ପରୀକ୍ଷାର ଅଭିଯୋଗ: ବଦଲାଇଦେଲେ ସାଙ୍ଗିଆ

0 68

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢୁଥିବା ଦୃଷ୍ଟିକୁ ଆଖି ଆଗରେ ରଖି ତାକୁ ପ୍ରତିହତ ବା ରୋକିବା ପାଇଁ ରାଜ୍ୟ ସରକାର ଯେଉଁ ନିଷ୍ପତି ନେଉଛନ୍ତି ତାହାକୁ ନେଇ ଏବେ ପ୍ରଶ୍ନ ଉଠୁଛି। ସରକାରଙ୍କ ନିଷ୍ପତିରେ କାହାର ତାଳମେଳ ରହୁନାହିଁ। ଯାହା ଫଳରେ କି ତିନି ପ୍ରକାର ନିଷ୍ପତି ହେଉଛି। ଗୋଟେ କଥା ମୁଖ୍ୟଶାସନ ସଚିବ କହୁଥିବାବେଳେ ଆଉ ଗୋଟେ କଥା ରାଜ୍ୟ ଏସ ଆର ସି କହୁଛନ୍ତି ଏବଂ ଏହି ଦୁଇଟି କଥାକୁ ନେଇ ଦ୍ଵନ୍ଦରେ ପଡୁଛନ୍ତି ସ୍ଵାସ୍ଥ୍ୟ ବିଭାଗ ସହ ଅନ୍ୟ ବିଭାଗମାନେ। ଏସବୁ ସମ୍ମୋନୟର ଅଭାବ ବୋଲି ଜଣାପଡୁଛି।

ସେହିପରି ବର୍ତ୍ତମାନ କୋଭିଡ ପରୀକ୍ଷା କ୍ଷେତ୍ରରେ ସେହି ସମ୍ମୋନୟ ଅଭାବ ବି ଦେଖାଦେଇଛି। ରେଜିଷ୍ଟ୍ରେସନ ହେଉଛି ଗୋଟେ ସାଙ୍ଗିଆରେ ସେହିପରି ଟେଷ୍ଟିଙ୍ଗ ହଉଛି ଅନ୍ୟ ଏକ ସାଙ୍ଗିଆରେ ଏବଂ ମୋବାଇଲକୁ ସରକାରୀ ଭାବେ ମେସେଜ ଯାଉଛି ଆଉ ଏକ ସାଙ୍ଗିଆରେ।ଏଥିପାଇଁ କରୋନା ପରୀକ୍ଷା ଦାତା ଦ୍ଵନ୍ଦରେ ପଡୁଛନ୍ତି। ଏହାର ସରଳ ଉଦାହରଣ ମୁଁ ନିଜେ । ଗତକାଲି ମୁଁ ୬ ନମ୍ବର ହସ୍ପିଟାଲରେ ଥିବା କୋଭିଡ ପରୀକ୍ଷା ସେଣ୍ଟର ରେ ଆର ଟି ପି ଆର ଏସ ପରୀକ୍ଷା କରେଇବା ପାଇଁ ୩୦ ମିନିଟ ରୁ ଅଧିକ ସମୟ ଧରି ଲାଇନ ରହିଥିଲି।ଯେତେବେଳେ ମୋ ପାଳି ଆସିଲା ସେତେବେଳେ ମୋ ନାଁ,ମୁଁ କୋଉ ଏରିଆର ଏବଂ ମୋବାଇଲ ନମ୍ବର କେତେ ବୋଲି ପଚାରିଲା ପରେ ମୁଁ ମୋ ନାଁ ଦୀପକ କୁମାର ମହାପାତ୍ର ପୋଖରିପୁଟ ଭୁବନେଶ୍ୱର ଏବଂ ୯୪୩୮୮୪୪୨୨୯ ମୋବାଇଲ ନମ୍ବର ଦେଲି।ସବୁ ଦେବାପରେ ମୋତେ କୁହାଗଲା ଆପଣ ବସନ୍ତୁ ଆପଣଙ୍କ ନାଁ ଆମ ମାଇକିରେ ଘୋଷଣା ହେଲେ ଆପଣ ଆସି ପରୀକ୍ଷା କରାଇବେ।

ମୋ ରେଜିଷ୍ଟ୍ରସନ ନମ୍ବର ୩୦୦ ଥିଲା। କିଛି ସମୟ ବସିବା ପରେ ମାଇକିରେ ଡାକିଲେ ଦୀପକ କୁମାର ସାହୁ କିଏ ଅଛନ୍ତି ଆସନ୍ତୁ ଟେଷ୍ଟ କରାଯିବ। ବାରମ୍ବାର ଦୀପକ କୁମାର ସାହୁ କହିବା ପରେ କେହି ଯେମିତି ନଗଲେ ମୋର ଟିକେ ସନ୍ଦେହ ହେଲା କି ବାଉଳିରେ ମୋ ନାଁରେ ସାହୁ ସାଙ୍ଗିଆ ଯୋଡି ଦେଇନାହାନ୍ତି ତ। ତେଣୁ ମୁଁ ଯାଇଁ ପଚାରିବା ପରେ ଜାଣିଲି କି ମହାପାତ୍ର ବଦଳରେ ସାହୁ କରିଦେଇଛନ୍ତି।ସେ ଯାହା ହେଉ ନାମ ରେଜିଷ୍ଟ୍ରସନରେ ଚେଞ୍ଜ ହେଲା କିନ୍ତୁ ମୋ ପରୀକ୍ଷା ପାଇଁ ଯେଉଁ ଲିକୁଇଡ଼ ସିସି ମୋତେ ଧରେଇଲେ ସେଥିରେ ବି ସାହୁ ଲେଖାଯାଇଥିଲା ସେଠି ବି କହି ପରିବର୍ତ୍ତନ କଲି କିନ୍ତୁ ମୋ ମୋବାଇଲକୁ ସରକାରଙ୍କ ପକ୍ଷରୁ ଦୁଇଟି ମେସେଜ ଆସିଲା ଯେଉଁଥିରେ କି ମୋ ସାଙ୍ଗିଆ ଗୋଟେକରେ ମହାନ୍ତି ଥିବାବେଳେ ଆଉ ଗୋଟେ ମହାପାତ୍ର ।

ପ୍ରଥମେ ସାହୁ ଏବଂ ପରେ ମହାନ୍ତି, ମହାପାତ୍ର ସାଙ୍ଗିଆ ଏହିପରି ତିନିଟି ସାଙ୍ଗିଆ ହୋଇଗଲା। ମୋର ଏସବୁ ଉପରେ କିଛି ଅଭିଯୋଗ ନାହଁ କିନ୍ତୁ ସାଙ୍ଗିଆ ପରିବର୍ତ୍ତନ ଭଳି ପରୀକ୍ଷା କିଛି ନେଗେଟିଭ ଏବଂ ପଜିଟିଭ ହେଇଯିବନି ତ ! ମୋ ପାଖକୁ ଆସିଥିବା କୋଭିଡ ପରୀକ୍ଷା ଦୁଇଟି ମେସେଜର ଯଦି ରିପୋର୍ଟ ଗୋଟେ ପ୍ରକାର ଆସେ ଠିକ ଅଛି ଯଦି ଗୋଟେ ନେଗେଟିଭ ଆଉ ଗୋଟେ ପଜିଟିଭ ଆସେ ତେବେ କ’ଣ ହେବ ? ମୁଁ କୋଉ ଗୋଟିକକୁ ବିଶ୍ୱାସ କୁ ନେବି ଏଠି ପ୍ରଶ୍ନ ଉଠୁଛି। ମୁଁ ବିରୋଧୀ କଂଗ୍ରେସ ଦଳରେ ଏକ ପଦ ପଦବୀରେ ଥାଇ ଏହା କହୁଛି ବୋଲି ଆପଣ ଭାବିବେ ନିଶ୍ଚିତ।

ତେଣୁ ସରକାର ଏଥିପ୍ରତି ଦୃଷ୍ଟି ଦେବା ଦରକାର ନଚେତ ସରକାରଙ୍କୁ ବଦନାମ କରିବା ପାଇଁ ଯେ କୌଣସି ବ୍ୟକ୍ତି ଯେ କୌଣସି ନାମରେ ବିଭିନ୍ନ ମୋବାଇଲ ନମ୍ବର ଦେଇ ପରୀକ୍ଷା କରେଇ ପାରିବ। ଯଦି ଉପଯୁକ୍ତ ପ୍ରମାଣ ପତ୍ର ଦେଖି ରେଜିଷ୍ଟ୍ରସନ କରାଇଥାନ୍ତେ ତେବେ ତିନି ପ୍ରକାର ସାଙ୍ଗିଆ ହେଇନଥାନ୍ତା। ତେଣୁ ସରକାରଙ୍କୁ ଅନୁରୋଧ ଉପଯୁକ୍ତ ପ୍ରମାଣ ରଖି ଠିକ ରେ ନାମ,ଠିକଣା,ମୋବାଇଲ ନମ୍ବର ରଖି ରେଜିଷ୍ଟ୍ରସନ କରେଇ ପରୀକ୍ଷା କରନ୍ତୁ।ଏହା ହେଲେ କୌଣସି ବ୍ୟକ୍ତି ଦ୍ଵନ୍ଦ ରେ ରହିବ ନାହିଁ କି ସରକାରଙ୍କୁ ଆଙ୍ଗୁଳି ଉଠେଇବାକୁ ବା ବଦନାମ କରିବାକୁ ସାହସ କରିବ ନାହିଁ।

Leave A Reply

Your email address will not be published.