Masthead

ବିଶ୍ୱ ବନ୍ଧୁ ସେବା ମନ୍ଦିର ଶିରାକୁଳି ପ୍ରତିଷ୍ଠା ଦିବସ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମୟୂରଭଞ୍ଜ ଭୂମିପୁତ୍ର ସେବକଶ୍ରୀ କଂଗ୍ରେସ ଭାଇଙ୍କ ଦ୍ଵାରା ଯଶିପୁର ଶିରାକୁଳି ଠାରେ ପ୍ରତିଷ୍ଠିତ ହୋଇ ଥିବା ବିଶ୍ୱ ବନ୍ଧୁ ସେବା ମନ୍ଦିର ପରିସରରେ ଏହାର ୪୪ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ମାନବ ସମାଜର ନୈତିକ ବିକାଶ ଓ ଗରିବ ଦୁଃସ୍ଥ ମେଧାବୀ ବିଦ୍ୟାର୍ଥୀଙ୍କ ବିକାଶ ଲକ୍ଷ୍ୟ ନେଇ କଂଗ୍ରେସ ଭାଇ ଏହି ସେବା ମନ୍ଦିରକୁ ୧୯ ଜୁନ୍ ୧୯୭୮ ମସିହାରେ ପ୍ରତିଷ୍ଠା କରି ଥିଲେ । ଅଞ୍ଚଳର ବିଶିଷ୍ଟ ଶିକ୍ଷାବିତ ବିଶ୍ଵନାଥ ମହାନ୍ତଙ୍କ ସଭାପତିତ୍ୱରେ ଆୟୋଜିତ ହୋଇ ଥିବା ଏହି ଶୋଭାରେ ଶିରାକୁଳି ଡାକଘରର ବରିଷ୍ଠ ଅଧିକାରୀ ଲୋମ୍ବଦର ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ବିନୋବା ଜେପି ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଅମରନାଥ ମହାନ୍ତ ସଭାରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ପୂଜ୍ୟଶ୍ରୀ ଭାଇଙ୍କ ସେବା ଜୀବନୀ ଉପରେ ଆଲୋକପାତ କରିଥିଲେ । ସଭା ଶେଷରେ ବିଶ୍ୱ ବନ୍ଧୁ ସେବା ମନ୍ଦିରର ସମ୍ପାଦକ କପିଳ ନାଏକ ଗରିବ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପାଠ୍ୟପକରଣ ପ୍ରଦାନ କରିଥିଲେ । ସଭାରେ ଅନ୍ୟମାନଙ୍କ ମଧ୍ୟରେ ପ୍ରତାପ ନାଏକ, ବିଦ୍ୟାଧର ନାଏକ, ସତ୍ୟବତୀ ନାଏକ, ହୀରାଲାଲ ନାଏକ, ଧର୍ମେନ୍ଦ୍ର ନାଏକ ଓ ବିଶ୍ୱ ବନ୍ଧୁ ସେବା ମନ୍ଦିରର ଅନ୍ତେବାସୀମାନେ ଯୋଗ ଦେଇଥିଲେ । ବିଶ୍ୱ ବନ୍ଧୁ ସେବା ଟ୍ରଷ୍ଟ, କରଞ୍ଜିଆର ଯୁବ ସଦସ୍ୟ ସିବୁନ୍ କୁମାର ନାଏକ ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି