Masthead

କଂଗ୍ରେସକୁ କଟାକ୍ଷ କଲେ ମମତା

କୋଲକାତା(ବଡ଼ ଖବର ବ୍ୟୁରୋ): ତୃଣମୂଳ କଂଗ୍ରେସ ଓ ଜାତୀୟ କଂଗ୍ରେସ ସବୁବେଳେ ନିଜର ଏକତା ବଜାଇ ରଖିଥାନ୍ତି । ହେଲେ ଏଇ କିଛି ଦିନ ହେବ ଉଭୟ ଦୂରେଇବାରେ ଲାଗିଛନ୍ତି । ଏହା ମଧ୍ୟରେ ଉତ୍ତରପ୍ରଦେଶରେ ହେବାକୁ ଥିବା ବିିଧାନସଭା ନିର୍ବାଚନରେ ୪୦ ପ୍ରତିଶତ ମହିଳା ପ୍ରାର୍ଥୀ ଦେବା ପାଇଁ କଂଗ୍ରେସ ଦଳ ଘୋଷଣା କରିଛି । ହେଲେ କଂଗ୍ରେସର ଏଭଳି ନିଷ୍ପତ୍ତିକୁ ତୃଣମୂଳ କଂଗ୍ରେସ କଟାକ୍ଷ କରୁଥିବାର ଦେଖିବାକୁ ମିଳିଛି । ତେବେ ମମତା ବାନାର୍ଜୀଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସ ଦେଶର ରାଜନୀତିରେ ମହିଳାଙ୍କ ଅଂଶଗ୍ରହଣକୁ ଅଧିକ ପ୍ରାଥମିକତା ଦେଇଛି । ଟିଏମସି ପ୍ରଥମ ଦଳ ଯିଏକି ଲୋକସଭା ନିର୍ବାଚନରେ ମହିଳାମାନଙ୍କୁ ୪୦ ପ୍ରତିଶତ ଆସନ ଦେଇଥିଲା । କିନ୍ତୁ ବର୍ତ୍ତମାନ ଆମର ନୀତିକୁ କଂଗ୍ରେସ ଅନୁସରଣ କରୁଛି ।

ଆମେ ଆଶା କରୁଛୁ ଯେ ଏହା କେବଳ କଥାରେ ନୁହେଁ ବରଂ ବାସ୍ତବରେ କଂଗ୍ରେସ କରିବ । ଯଦି ସେମାନେ ଏହାକୁ ଗମ୍ଭୀରତାର ସହ ନିଅନ୍ତି ତାହାଲେ ସେମାନେ ଉତ୍ତରପ୍ରଦେଶ ବ୍ୟତୀତ ଅନ୍ୟ ରାଜ୍ୟରେ ମହିଳାମାନଙ୍କୁ ୪୦ ପ୍ରତିଶତ ସିଟ ଦେବା ଉଚିତ ବୋଲି ଟିଏମସି ପକ୍ଷରୁ କୁହାଯାଇଛି । ଅନ୍ୟପଟେ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ମହିଳାମାନଙ୍କୁ ୪୦ ପ୍ରତିଶତ ଟିକେଟ ଦେବେ ବୋଲି ଘୋଷଣା କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ