Masthead

ପାୱାରଫୁଲ ତାଲିକାରେ ମୋଦିଙ୍କ ସହ ମମତା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପ୍ରକାଶ ପାଇଲା ଟାଇମ୍ସ ମାଗାଜିନ ପକ୍ଷରୁ ବିଶ୍ୱର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା । ଏଥିରେ ଭାରତର ୩ଜଣ ପ୍ରଭାବଶାଳୀ ଲୋକଙ୍କ ନାଁ ସ୍ଥାନ ପାଇଛି । ଗତବର୍ଷ ଭଳି ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁ ଏଥିରେ ସ୍ଥାନ ପାଇଛି । ସେହିପରି ପଣ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ସେରମ ଇନଷ୍ଟିଚ୍ୟୁଟର ମୁଖ୍ୟ ଅଦରପୁନାୱାଲାଙ୍କ ନାଁ ନୂଆ କରି ସାମିଲ ହୋଇଛି ।

ବୁଧବାର ଟାଇମ୍ସ ମାଗାଜିନ ୨୦୨୧ ବର୍ଷର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା ସାର୍ବଜନୀନ କରିଛି । ଏହି ତାଲିକାକୁ ଆଇକନ, ପାଓନିୟର୍ସ, ଟାଇଟନ୍ସ, ଆର୍ଟିଷ୍ଟ, ଲିଡର୍ସ ଓ ଇନୋଭେଟର୍ସ ଭଳି ୬ଟି ବର୍ଗରେ ବିଭକ୍ତ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରୋଫାଇଲରେ ସିଏନଏନ୍ ସାମ୍ବାଦିକ ଫରୀଦ ଜାକାରିଆ ଲେଖିଛନ୍ତି ଯେ ସ୍ୱାଧୀନତା ପରେ ଭାରତ ୩ ଜଣ ଗୁରୁତ୍ୱପୂର୍ଣ୍ଣ ନେତା ପାଇଛି। ସେମାନେ ହେଲେ ଜବାହରଲାଲ ନେହରୁ, ଇନ୍ଦିରା ଗାନ୍ଧି ଓ ତୃତୀୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଛନ୍ତି। ଏମାନେ ଭାରତର ରାଜନୀତିରେ ଯେମିତି ନିଜର ଦବଦବା ଦେଖାଇଛନ୍ତି ଯେ ଆଉ କୌଣସି ନେତା ଏପରି କରିବାକୁ କେବେ ହେଲେ ସକ୍ଷମ ହୋଇ ନଥିବା ଜାକାରିଆ ଉଲ୍ଲେଖ କରିଛନ୍ତି।

ସେହିପରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରୋଫାଇଲରେ ତାଙ୍କୁ ଭାରତୀୟ ରାଜନୀତିର ସାହସୀକତାର ଚେହେରା ଭାବେ ବର୍ଣ୍ଣନା କରାଯାଇଛି। ଏଥିରେ ଆହୁରି କୁହାଯାଇଛି ଯେ ମମତା ବାନାର୍ଜୀ ତାଙ୍କ ଦଳର ନେତୃତ୍ୱ ନିଅନ୍ତି ନାହିଁ। ବରଂ ସେ ହିଁ ସଂପୂର୍ଣ୍ଣ ଦଳ। ରାସ୍ତାରେ ଲଢ଼େଇ ଓ ନିଜ ଇଚ୍ଛାରେ କାର୍ଯ୍ୟ କରୁଥିବା ମମତା ସମସ୍ତଙ୍କ ଠାରୁ ଭିନ୍ନ ବୋଲି ଉଲ୍ଲେଖ କରାଯାଇଛି।

ମହାମାରୀ କରୋନା ବିରୋଧରେ ସେରମ ସମସ୍ତଙ୍କୁ କରୋନା ଟିକା ପହଞ୍ଚାଇଥିବାରୁ ତାଙ୍କୁ ଟାଇମ ମ୍ୟାଗାଜିନ ୧୦୦ ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ସ୍ଥାନ ଦେଇଛି।

ମୋଦି, ଦିଦି ଓ ପୁନାୱାଲାଙ୍କ ବ୍ୟତୀତ ବିଶ୍ୱର ୧୦୦ ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଉପ ରାଷ୍ଟ୍ରପତି କମଳା ହ୍ୟାରିସ, ଚାଇନା ରାଷ୍ଟ୍ରପତି ସି ଜିନିପିଙ୍ଗ, ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ପ୍ରିନ୍ସ ହ୍ୟାରୀ ଓ ମେଘନା ବି ରହିଛନ୍ତି। ଏହାବାଦ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନାଫତାଲି ବେନ୍ନେଟ୍ଟ, ରୁଷର ବିରୋଧୀ ଦଳ ନେତା ଆଲେକ୍ସି ନାଭାଲନୟ, ଆମେରିକାନ ରାଜନେତା ଲିଜ୍‌ ଚେନେୟ, ଟିଭି ଉପସ୍ଥାପକ ଟକର କାର୍ଲସନ ଓ ଟେଲସା ସିଇଓ ଇଲୋନ ମସ୍କଙ୍କ ନାଁ ମଧ୍ୟ ୧୦୦ ଜଣଙ୍କ ମଧ୍ୟରେ ରହିଛି।

କ୍ରୀଡ଼ା ଓ ମନୋରଞ୍ଜନ ଜଗତର ଅନେକ ବ୍ୟକ୍ତିବିଶେଷଙ୍କ ନାଁ ମଧ୍ୟ ଏହି ତାଲିକାରେ ରହିଛି। ଏମାନଙ୍କ ମଧ୍ୟରେ ଜାପାନିଜ ଟେନିସ ଖେଳାଳି ନାଓମି ଓସାକା, ଆମେରିକା ଫୁଟବଲର ଟମ ବ୍ରାଡୀ, ପପ ଷ୍ଟାର ବ୍ରିଟନେୟ ସ୍ପିୟର୍ସ, ସିଙ୍ଗର ଡୋଲୀ ପାର୍ଟୋନ, ଫ୍ୟାଶନ ଡିଜାଇନର ଏ ଜେମ୍ସ, ଅଭିନେତ୍ରୀ କେଟ ୱିକ୍ସଲେଟ, ଜାନସନ ସୁଡେକିସ, ଏସ୍‌ ଜନସନ ଏବଂ ଓମାର ଶୟ ରହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର