Before Header

ବିଜେଡିର ପିପିଲି ପ୍ରସ୍ତୁତି

0 32

ପିପିଲି (ବଡ଼ ଖବର ବ୍ୟୁରୋ): ପିପିଲି ଉପ-ନିର୍ବାଚନ ନେଇ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ବାସଭବନରେ ବୈଠକ। ବୈଠକରେ ଉପସ୍ଥିତ ଅଛନ୍ତି ବିଧାୟକ ଅତନୁ ସବ୍ୟସାଚୀ ନାୟକ ସହ କିଛି ନେତା। ଗତକାଲି ବିଜେଡିର ଷ୍ଟାର କ୍ୟାମ୍ପେନର ତାଲିକା ପ୍ରକାଶ ପାଇଛି। ବୈଠକ ପରେ ମନ୍ତ୍ରୀ ସୁଶାନ୍ତ ସିଂ ପ୍ରତିକ୍ରିୟା ରଖିଛନ୍ତି । ପିପିଲିରେ ଛୋଟ ଛୋଟ ସଭା ସମିତି କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଭରଚୁଆଲ ଯୋଗେ ପ୍ରଚାର କରିବା ନେଇ ଚାଲିଛି ଆଲୋଚନା ।

୨୦ ରୁ ଆମେ ପ୍ରଚାରକୁ ଜୋରଦାର କରିବୁ । ମହାରଥୀ ଓଭର କନଫିଡେନ୍ସ ଯୋଗୁ କମ ବ୍ୟବଧାନରେ ଜିତୁ ଥିଲେ । ମାତ୍ର ଆମେ ଏଥର ଓଭର କନଫିଡେନ୍ସ ନାହୁଁ । ଅଧିକ ବ୍ୟବଧାନରେ ଜିତିବା ପାଇଁ ଆମେ କାର୍ଯ୍ୟ କରୁଛୁ । ପିପିଲି ହେଉଛି ବିଜେଡିର ଗଡ଼ । ମହାରଥୀଙ୍କୁ ବାରମ୍ବାର ଲୋକମାନେ ଜିତାଇ ଆସିଛନ୍ତି । ଏଥର ଭଲ ବ୍ୟବଧାନରେ ଆମେ ବିଜୟ ଲାଭ କରିବୁ । ପୂର୍ବ ରେକର୍ଡ ଭାଙ୍ଗିବୁ ।

Leave A Reply

Your email address will not be published.