Masthead

ଅନ୍ଧବିଶ୍ୱାସରେ ଆଜି ବି ବଞ୍ଚିଛି ମଣିଷ

ନୟାଗଡ଼ (ବଡ଼ ଖବର ବ୍ୟୁରୋ): ୫-ଜି ଯୁଗରେ ଏବେ ବି ପ୍ରଚଳିତ ଅନ୍ଧବିଶ୍ୱାସ । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଶିକ୍ଷିତ ସମାଜର ବ୍ୟକ୍ତିମାନେ ଏବେ ବି ଆପଣେଇ ନେଉଛନ୍ତି ଏହି ପ୍ରଥା । ଏଭଳି ଏକ ଅନ୍ଧ ବିଶ୍ୱାସ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ଶରଣକୁଳ ଥାନା ବରସାହିରେ । ଦଣ୍ଡ ପାଇଁ ସବୁଠାରେ ଚାଲିଛି ପୂଜା ଅର୍ଚ୍ଚନା । କିଛି ମାନସିକ ଧାରୀ ବ୍ୟକ୍ତିଙ୍କୁ ନେଇ ବରସାହିରେ ଦଣ୍ଡପୂଜା ଅର୍ଚ୍ଚନା ଚାଲିଥିଲା ।

ଦୁଇଦିନ ତଳେ ସିଙ୍ଗଝରପୁର ଗାଁର ରବି ନାହାକ ଦଣ୍ଡକୁ ଆସିଥିବା ସମୟରେ ଅସୁସ୍ଥ ହୋଇଯାଇଥିଲେ । ସେଠାରୁ ସଂଗେ ସଂଗେ ତାଙ୍କୁ ନୟାଗଡ ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା ଏବଂ ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ରବିବାର ଦିନ ଶରଣକୁଳ ପୋଲିସ ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଥିଲେ । କିନ୍ତୁ ଗ୍ରାମବାସୀ ମୃତ ଦେହକୁ ଗ୍ରାମକୁ ନେଇଯାଇଥିଲେ । ଶବ ଦାହ କରିବା ପରିବର୍ତ୍ତେ ସେଠାରେ ଚାଲିଥିଲା ଅନ୍ଧବିଶ୍ୱାସର କୁପରିଣତି ।

ମୃତ ବ୍ୟକ୍ତିକୁ ବଂଚେଇବାକୁ ଅନ୍ୟ ଦଣ୍ଡୁଆମାନେ ଚଳାଇଥିଲେ ପୂଜା ଅର୍ଚ୍ଚନା । ମୃତବ୍ୟକ୍ତିଙ୍କ ଦେହରେ ପାଣି ଢାଳିଥିଲେ । ବଞ୍ଚାଇବା ପାଇଁ ନାମ ସଂକୀର୍ତ୍ତନ ମଧ୍ୟ୍ୟ କରିଥିଲେ । ଶରଣକୁଳ ପୋଲିସ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ୍ୟ ଗ୍ରାମବାସୀ ମାନେ ବୁଝିନଥିଲେ । ଶେଷରେ ମୃତ ବ୍ୟକ୍ତିଙ୍କୁ ବଂଚାଇବା ପାଇଁ ବିଫଳ ହୋଇଥିଲେ ଗ୍ରାମବାସୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ