ତୃତୀୟ ବିବାହ କରିବାକୁ କହିଲେ ସ୍ୱାମୀ, ସ୍ତ୍ରୀ କାଟିଦେଲେ ଯୌନାଙ୍ଗ

ମୁଜାଫରନଗର(ବଡ଼ ଖବର ବ୍ୟୁରୋ): ଜଣେ ବ୍ୟକ୍ତି ତୃତୀୟ ବିବାହ କରିବାକୁ ଇଚ୍ଛା କରିବାରୁ ଯୌନାଙ୍ଗ କାଟିଲେ ସ୍ତ୍ରୀ । ୟୁପିର ମୁଜାଫରନଗରରେ ଘଟିଛି ଏପରି ଘଟଣା । ଜଣେ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ତେବେ ବ୍ୟକ୍ତି ଜଣକଙ୍କ ନାମ ବକିଲ ଅହମଦ । ସେ ତୃତୀୟ ବିବାହ କରିବାକୁ ଇଚ୍ଛା କରିଥିଲେ । ଏନେଇ ନିଜ ସ୍ତ୍ରୀଙ୍କୁ ମଧ୍ୟ କହିଥିଲେ । ଏହାପରେ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲେ । ପରେ ଏହି ମାମଲା କୋର୍ଟରେ ମଧ୍ୟ ପହଞ୍ଚିଥିଲା । ଥାନାରେ ସ୍ତ୍ରୀ ହାଜରା ସ୍ୱାମୀଙ୍କ ବିଷୟରେ ସମସ୍ତ କଥା କହିଥିଲେ । ପରେ ଉଭୟ ଘରକୁ ଫେରିଥିଲେ ।

ରାତିରେ ବକିଲ ଶାଇଥିବା ସମୟରେ ରୋଷେଇ ଘରୁ ଏକ ଧାରୁଆ ଛୁରୀ ଆଣି ହାଜରା ତାଙ୍କ ସ୍ୱାମୀଙ୍କ ଲିଙ୍ଗକୁ କାଟି ଦେଇଥିଲେ । ଏହାଦ୍ୱାରା ଅଧିକ ରକ୍ତ ବୋହିବା କାରଣରୁ ବକିଲଙ୍କ ମୃତ୍ୟୁ ହୋଇଥିଲା । ତେବେ ଏହାପରେ ସମ୍ପର୍କୀୟଙ୍କୁ ଡାକି ହାଜରା ଅନ୍ତିମ ସଂସ୍କାର ମଧ୍ୟ କରିଥିଲେ । ତେବେ ସ୍ଥାନୀୟ ଜଣେ ବ୍ୟକ୍ତି ଏ ଖବର ପୋଲିସକୁ ଦେଇଥିଲେ । ପୋଲିସ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ହାଜରାଙ୍କୁ ଜେରା କରିଥିଲା । ସେଠାରେ ହାଜରା ଏହା ସ୍ୱୀକାର କରିଛନ୍ତି ଯେ, ତାଙ୍କ ସ୍ୱାମୀ ତୃତୀୟ ବିବାହ କରିବାକୁ କହିବାରୁ ମାନସିକ ଭାରସାମ୍ୟ ହରାଇ ସେ ଏପରି କାର୍ଯ୍ୟ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’