Masthead

ରାଜ୍ୟରେ ମଣ୍ଡି ସମସ୍ୟା, ବିଜେପି-ବିଜେଡି ମୁହାଁମୁହିଁ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ) : ରାଜ୍ୟରେ ମଣ୍ଡି ସମସ୍ୟା। ଏବେବି ମଣ୍ଡିରେ ଧାନ ପଡି ରହିଛି। ଚାଷୀ ଚିନ୍ତାରେ। ରାଜ୍ୟ ସରକାର ସାମାଧାନର ବାଟ ବାହାର କରୁନାହାନ୍ତି। ଯାହାକୁ ବିରୋଧ କରି ବଜେପି ଗୁରୁବାର ରାଜ୍ୟ ବ୍ୟାପି ଧାରଣା ଦେଇଛି। ମଣ୍ଡି ଓ ସିଏସଓ ଅଫିସରେ ମଧ୍ୟ ଧାରଣା ଦେଇଛନ୍ତି ଦଳୀୟ କର୍ମୀ। କୃଷକ ମାନଙ୍କ ପ୍ରତି ରାଜ୍ୟ ସରକାର ଅନ୍ୟାୟ କରିଛନ୍ତି । ରାଜ୍ୟ ସାର, ଧାନ ଠାରୁ ଆରମ୍ଭ କରି ସବୁ ସମସ୍ୟା ଭିତରେ ରହିଛି ।  ଧାନ ମଧ୍ୟ ଠିକରେ ଚାଷୀଙ୍କ ଠାରୁ କିଣାଯାଉନାହିଁ । କେନ୍ଦ୍ର ଦେଉଥିବା ଅର୍ଥ ଚାଷୀଙ୍କ ପାଖରେ ପହଞ୍ଚୁନାହିଁ ।

ଧାନମଣ୍ଡିର ଅବ୍ୟବସ୍ଥା ନେଇ କେନ୍ଦ୍ର ସରକାରଙ୍କ ଟିମ ଆସି ଅନୁଧ୍ୟାନ କରିବା ସହ ରାଜ୍ୟ ସରକାରଙ୍କୁ ମଧ୍ୟ ରିପୋର୍ଟ ଦିଆଯାଇଛି । ହେଲେ ଶୁଣିବାକୁ ନାରାଜ। ଚାଷୀ ପ୍ରସଙ୍ଗ ନେଇ ରାଜ୍ୟ ସରକାରଙ୍କୁ ବିଜେପି ଘେରିଥିବାବେଳେ ଚାଷୀ ପ୍ରସଙ୍ଗ ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ ପଟ୍ଟନାୟକ କହିଛନ୍ତି, ଚାଷୀଙ୍କ ସ୍ୱାର୍ଥ ପାଇଁ ଲଢେଇ ଜାରି ରହିବ। ଚାଷୀ ପ୍ରସଙ୍ଗରେ ଏମ.ଏସ ସ୍ୱାମୀନାଥନ କମିଟିର ସୁପାରିଶକୁ କାର୍ଯ୍ୟକାରୀ କରିବାକୁ ସେ ଦାବି କରିଆସିଛନ୍ତି ଓ ଏହା ପୂରଣ ହେଲା ଯାଏଁ ଲଢେଇ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବିଜେପି ଚାଷୀ ପ୍ରସଙ୍ଗରେ ଆଜି ଓ ଆସନ୍ତାକାଲି ଚାଷୀ ମଣ୍ଡି ଓ ସିଏସଓ ଅଫିସ ଘେରାଉ କରିବ ବୋଲି ଘୋଷଣା କରିସାରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ