Masthead

ପ୍ରଧାନମନ୍ତ୍ରୀଙ୍କ ଭାବମୂର୍ତ୍ତି ଏପରି, ଯଦି ସେ କିଛି କୁହନ୍ତି ତେବେ ମିଥ୍ୟା ହିଁ ହେବ: ପୱାନ ଖେରା

ମଧ୍ୟପ୍ରଦେଶ (ବଡ଼ ଖବର ବ୍ୟୁରୋ): ମଧ୍ୟପ୍ରଦେଶରେ ପ୍ରଧାନମନ୍ତ୍ରୀଙ୍କ ଭାଷଣକୁ ନେଇ ମୋଦିଙ୍କୁ ଟର୍ଗେଟ କରିଛନ୍ତି କଂଗ୍ରେସ ନେତା ପୱନ ଖେରା । ସେ କହିଛନ୍ତି ମଧ୍ୟପ୍ରଦେଶରେ ୫୧ ମିନିଟର ଭାଷଣରେ ପ୍ରଧାନମନ୍ତ୍ରୀ ମୋଦି ୪୪ ଥର କଂଗ୍ରେସ ନାଁ ନେଇଛନ୍ତି । ସରକାରଙ୍କ ସଫଳତା ବିଷୟରେ କହିବାକୁ କିଛି ତାଙ୍କ ପାଖରେ ନାହିଁ। ତେଣୁ ପ୍ରଧାନମନ୍ତ୍ରୀ କଂଗ୍ରେସ ନାଁ ଏତେଥର ନେଉଛନ୍ତି। ମଧ୍ୟପ୍ରଦେଶରେ କଂଗ୍ରେସ ମହିଳା ବିରୋଧୀ ବୋଲି ପ୍ରଧାନମନ୍ତ୍ରୀ ମୋଦିଙ୍କ ବିବୃତ୍ତିକୁ ନେଇ ପୱନ ଖେରା କହିଛନ୍ତି ଯେ, ୧୯୮୯ରେ ରାଜୀବ ଗାନ୍ଧୀଙ୍କ ଦ୍ୱାରା ଆଣିଥିବା ମହିଳା ସଂରକ୍ଷଣ ବିଲ ରାଜ୍ୟ ସଭାରେ ପାରିତ ହୋଇପାରିବ ନାହିଁ କାରଣ ଅଟଳ ବିହାରୀ ବାଜପେୟୀ, ଲାଲ କୃଷ୍ଣ ଆଡଭାନୀ, ଭାଜପା ନେତା ରାମ ଜେଠମଲାନି ଏହାକୁ ବିରୋଧ କରିଥିଲେ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାବମୂର୍ତ୍ତି ଏପରି ହୋଇଛି ଯେ ଯଦି ସେ କିଛି କୁହନ୍ତି ତେବେ ମିଥ୍ୟା ହିଁ ହେବ। ଯେତେବେଳେ ପ୍ରଧାନମନ୍ତ୍ରୀ ତାଙ୍କ ପିଲାଦିନରେ ଆରଏସଏସ ଶାଖା ଯାଉଥିଲେ, ସେତେବେଳେ ଇନ୍ଦିରା ଗାନ୍ଧୀ ଦେଶର ମହିଳା ପ୍ରଧାନମନ୍ତ୍ରୀ ଭାବେ ପାକିସ୍ତାନକୁ ଜବାବ ଦେଇଥିଲେ। ପୱନ ଖେରା ଆହୁରି ମଧ୍ୟ କହିଛନ୍ତି ଯେ, ଚଳଚ୍ଚିତ୍ର ଅଭିନେତ୍ରୀମାନଙ୍କୁ ନୂତନ ସଂସଦକୁ ନିମନ୍ତ୍ରଣ କରାଯାଇଥିଲ । କିନ୍ତୁ ରାଷ୍ଟ୍ରପତିଙ୍କୁ ଡକାଯାଇ ନ ଥିଲା। କାରଣ ସେ ଜଣେ ଆଦିବାସୀ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା