Masthead

ମଣିପୁର ଘଟଣାକୁ ରାଜନୀତିକରଣ ନକରାଯାଉ: ହିମନ୍ତ ବିଶ୍ୱଶର୍ମା

ଆସାମ((ବଡ଼ ଖବର ବ୍ୟୁରୋ): ମଣିପୁର ଲଜ୍ୟାକୁ ନେଇ ସାରା ଦେଶ ବ୍ୟସ୍ତ ବିବ୍ରତ । ଏହି ଘଟଣାକୁ ନେଇ ବିରୋଧୀ ହଙ୍ଗାମା କରିବା ସହ କେନ୍ଦ୍ର ସରକାରଙ୍କୁ କରିଛନ୍ତି ଟାର୍ଗେଟ । ସରଗରମ ରହିଛି ହୋଇଉଠିଛି ଗୃହ । ଏହି ଘଟଣା ପରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ରଖିଛନ୍ତି ପ୍ରତିକ୍ରିୟା ।

କହିଛନ୍ତି ମଣିପୁର ଘଟଣା ନେଇ ରାଜନୀତିକରଣ ନକରାଯାଉ । ହମନ୍ତ ବିଶ୍ୱଶର୍ମା ଏକ ସାମ୍ବାଦିକ ସମ୍ମଳନୀ କରି କହିଛନ୍ତି ମଣିପୁର ଘଟଣାକୁ ଆମେ ନିନ୍ଦା କରୁଛୁ । କିନ୍ତୁ ମଣିପୁର ଘଟଣାକୁ ନେଇ କଂଗ୍ରେସ ଆମକୁ ଟାର୍ଗେଟ କରିବା ଉଚିତ ନୁହେଁ । ସେ କଂଗ୍ରେସ ଶାସିତ ରାଜ୍ୟରେ ଏଭଳି କିଛି ଘଟଣା ଘଟୁନାହିଁ କି ବୋଲି ପ୍ରଶ୍ନ କରିଛନ୍ତି । ତାହା ସହତ କହିଛନ୍ତି ଏହି ଘଟଣାରେ ସଂମ୍ପୃକ୍ତ ସମସ୍ତଙ୍କୁ ଗିରଫ କରାଯିବ ।

କଠୋରରୁ କଠୋର ଦଣ୍ଡ ଦିଆଯିବ । କିନ୍ତୁ ମଣିପୁର କିମ୍ବା ସମଗ୍ର ଉତ୍ତର ପୂର୍ବକୁ ଏହି ଘଟଣା ପାଇଁ ଟାର୍ଗେଟ କରାଯିବା ଉଚିତ ନୁହେଁ । କଂଗ୍ରେସ ଶାସିତ ରାଜ୍ୟରେ ମଧ୍ୟ ଏଭଳି ଘଟଣା ପ୍ରତିଦିନ ଘଟୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଘଟଣାରେ ବିଜେପି ଜଡିତ ନାହିଁ । କିନ୍ତୁ ଏହାକୁ କାହିଁକି ରାଜନୈତିକ ପ୍ରସଙ୍ଗ କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ