Masthead

ହିଂସାରେ ଜଳୁଛି ମଣିପୁର

ମଣିପୁର (ବଡ଼ ଖବର ବ୍ୟୁରୋ):  ଥମୁନି ମଣିପୁର ହିଂସା । ଅନେକ ସ୍ଥାନରେ ଏବେବି ଜାରି ରହିଛି ସଂଘର୍ଷ । କୁକୀଙ୍କ ପାଇଁ ପ୍ରଶାସନିକ ଅଞ୍ଚଳ ଗଠନ ଦାବିକୁ ଅଗ୍ରାହ୍ୟ କରିଛନ୍ତି ରାଜ୍ୟ ସରକାର । ସେନା ମୁତୟନ ସତ୍ତ୍ୱେ ଉତ୍ତେଜନା ଥମୁନଥିବାରୁ ଇଣ୍ଟରନେଟ ସେବା କଟକଣାକୁ ଆଜି ଯାଏ ବୃଦ୍ଧି କରାଯାଇଛି । ମେତେଇ ଓ କୁକୀଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଥିବାରୁ ବିଭିନ୍ନ ସ୍ଥାନରେ ସେନା ସଜାଗ ଦୃଷ୍ଟି ରଖିଛି ।

ହ୍ୱାଟ୍ସଆପ, ଇନଷ୍ଟାଗ୍ରାମ, ଫେସବୁକ, ଟ୍ୱିଟର ଆଦି ଜରିଆରେ ପ୍ରସାରିତ କୌଣସି ପ୍ରକାର ଗୁଜବରେ ବିଶ୍ୱାସ ନ କରିବା ଲାଗି ରାଜ୍ୟବାସୀଙ୍କୁ ପରାମର୍ଶ ଦିଆଯାଇଛି । ସେପଟେ ହିଂସା ପ୍ରତିବାଦରେ ଦିଲ୍ଲୀରେ ମଣିପୁରବାସୀ ଧାରଣା ଦେଇଛନ୍ତି । ଆଦିବାସୀ ମାନ୍ୟତା ଦେବା ଲାଗି ମେତେଇମାନେ ଦାବି କରିବା ପରେ ପରେ ଗତ ମେ ୩ ତାରିଖରୁ ମଣିପୁରରେ ହିଂସା ଜାରି ରହିଛି । ରାଜ୍ୟର ୧୦ଟି ପର୍ବତାଞ୍ଚଳରେ ହିଂସା ଯୋଗୁ ୬୦ ଲୋକଙ୍କ ପ୍ରାଣହାନି ହୋଇଥିବାବେଳେ ୧୭୦୦ରୁ ଅଧିକ ଗୃହଦାହ କରାଯାଇଛି ।

ବିଭିନ୍ନ ଘଟଣାରେ ୧୩ ହଜାରରୁ ଅଧିକ ଲୋକ ଗୃହହୀନ ହୋଇ ସେନା ଶିବିରରେ ଆଶ୍ରୟ ନେଇଛନ୍ତି । ଶାନ୍ତି ରକ୍ଷା ଲାଗି ସେନା, ରାପିଡ ଆକ୍ସନ ଫୋର୍ସ ଓ ଆସାମ ରାଇଫଲ୍ସକୁ ସଜାଗ ରଖାଯାଇଛି । ରାଜ୍ୟର ସ୍ଥିତି ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ ଏନ. ବୀରେନ ସିଂ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା