Before Header

ରାହୁଲଙ୍କୁ ଅଟକାଇଲା ମଣିପୁର ପୋଲିସ

0 22

ଇମ୍ଫାଲ (ବଡ଼ ଖବର ବ୍ୟୁରୋ): ରାହୁଲ ଗାନ୍ଧିଙ୍କୁ ଅଟକାଇଲା ମଣିପୁର ପୋଲିସ । ମଣିପୁରର ବିଷ୍ଣୁପୁର ଜିଲ୍ଲାରେ ରାହୁଲଙ୍କୁ ଅଟକା ଯାଇଛି । ଇମ୍ଫାଲରୁ ୨୦ କିମି ପୂର୍ବରୁ ରାହୁଲଙ୍କ କାରକେଟ ଅଟକ ରଖାଯାଇଛି । ଦୁଇ ଦିନିଆ ମଣିପୁର ଗସ୍ତରେ ଯାଇଛନ୍ତି କଂଗ୍ରେସ ନେତା । ଆଦିବାସୀ ଓ ଅଣ ଆଦିବାସୀଙ୍କ ସଂଘର୍ଷ ଯୋଗୁ ଅଶାନ୍ତ ହୋଇ ପଡ଼ିଥିବା ମଣିପୁରରେ ଶାନ୍ତି ଫେରିବାର ନାଁ ଧରୁନି । ରାହୁଲ ଗାନ୍ଧିଙ୍କ ଏହି ଗସ୍ତ ସମୟରେ ହିଂସା ଯୋଗୁ ବିସ୍ଥାପିତ ହୋଇଥିବା ଲୋକଙ୍କୁ ରିଲିଫ କ୍ୟାମ୍ପରେ ଭେଟିଥାନ୍ତେ ।

ଇମ୍ଫାଲ ଓ ଚୁରାଚାନ୍ଦୁପରରେ ସିଭିଲ ସୋସାଇଟି ପ୍ରତିନିଧିଙ୍କ ସହ ଆଲୋଚନା କରି କାର୍ଯ୍ୟକ୍ରମ ରହିଥିଲା । ମଣିପୁରରେ ଲାଗିଥିବା ନିଆଁ ଲିଭାଇବାର ଆବଶ୍ୟକତା ରହିଛି ଏହା ଦ୍ବାରା ବିବାଦରୁ ଶାନ୍ତିକୁ ଫେରିବ । ଏହା ଏକ ମାନବୀୟ ଟ୍ରାଜେଡି । ଘୃଣା ବଦଳରେ ପ୍ରେମର ଫୋର୍ସ ଭାବେ ଛିଡ଼ା ହେବା ଆରମ୍ଭ ଦାୟିତ୍ବ ବୋଲି କଂଗ୍ରେସ ନେତା କହିଛନ୍ତି ।

Leave A Reply

Your email address will not be published.