ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ମଣିପୁର ହିଂସାକୁ ନେଇ ରାଜନୀତି ଜୋର ହୋଇଛି। ଏହି ପ୍ରସଙ୍ଗରେ ବିରୋଧୀ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦରେ ଉପସ୍ଥିତ ରହିବାକୁ ଦାବି କରୁଛନ୍ତି। ଯାହାକୁ ନେଇ ବିହାର ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ମୁଖ୍ୟ ଲାଲୁ ପ୍ରସାଦ ଯାଦବ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି।
ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଦୋଷୀ ଏବଂ ସେ ଏହାର ସାମ୍ନା କରିପାରିବେ ନାହିଁ। ସେଥିପାଇଁ ସେ ସଂସଦରେ ମଣିପୁର ଉପରେ ଆଲୋଚନା ଆରମ୍ଭ କରିନାହାଁନ୍ତି। ଖାଲି ସେତିକି ନୁହେଁ ସେ କହିଥିଲେ ଯେ ୨୦୨୪ରେ ଲୋକ ସଭା ନିର୍ବାଚନରେ ହାରିଯିବା ପରେ ମୋଦି ବିଦେଶରେ ଯାଇ ରହିବେ। ମୋମୋ ପିଜାର ମଜା ନେବେ । ଯେଉଁଥି ପାଇଁ ସେ ବର୍ତ୍ତମାନ ବିଦେଶରେ ସ୍ଥାନ ଖୋଜୁଛନ୍ତି।