Masthead

ମଣିପୁର ହିଂସା, ମା’ଛୁଆ ଜୀବନ୍ତ ଦଗ୍ଧ

ଇମ୍ଫାଲ (ବଡ଼ ଖବର ବ୍ୟୁରୋ): ହିଂସାରେ ଜଳୁଛି ମଣିପୁର । ଦିନକୁ ଦିନ ସଂଗୀନ ହେଉଛି ସ୍ଥତି । ବୈଠକ ପରେ ବି ଥମୁନି ହିଂସା । ଏହି ହିଂସାରେ ଜଣେ ୮ ବର୍ଷର ଶିଶୁ ଓ ମା’ ସମେତ ୩ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ମୃତକ ହେଲେ ଟନସିଙ୍ଗ ହାଙ୍ଗସିଙ୍ଗ, ମା’ ମୀନା ହାଙ୍ଗସିଙ୍ଗ । ଟନସିଙ୍ଗ ହାଙ୍ଗସିଙ୍ଗ, ମୀନା ହାଙ୍ଗସିଙ୍ଗ ତାଙ୍କ ପରିବାର ସଦସ୍ୟ କାଙ୍ଗଚୁପ୍ ସ୍ଥିତ ଆସାମ ରାଇଫଲ୍ସ ରିଲିଫ୍ ଶିବିରରେ ରହୁଥିଲେ। ସୁଚନା ଅନୁସାରେ ୨ ଗୋଷ୍ଠୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହି ସମୟରେ ଶିଶୁଟି ଶିବିର ମଧ୍ୟରେ ଥାଇ ମଧ୍ୟ ତା’ ମୁଣ୍ଡରେ ଗୁଳି ବାଜିଥିଲା।

ତୁରନ୍ତ ଶିଶୁଟିକୁ ଇମ୍ଫାଲ ସ୍ଥିତ ରିଜିଓନାଲ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସକୁ ନିଆଯାଇଥିଲା। ଆସାମ ରାଇଫଲ୍ସ ଦ୍ବାରା ଆମ୍ବୁଲାନ୍ସକୁ କିଛି ବାଟ ପର୍ଯ୍ୟନ୍ତ ସୁରକ୍ଷା ଦିଆଯାଇଥିଲା। ଏହାପରେ ସ୍ଥାନୀୟ ପୁଲିସ ଆମ୍ବୁଲାନ୍ସକୁ ସୁରକ୍ଷା ଦେଇଥିଲେ। ତେବେ ସନ୍ଧ୍ୟା ପ୍ରାୟ ୬.୩୦ ସମୟରେ ଶତାଧିକ ଦଙ୍ଗାକାରୀ ଆମ୍ବୁଲାନ୍ସକୁ ଘେରିଯାଇ ନିଆଁ ଲଗାଇ ଦେଇଥିଲେ। ଫଳରେ ଆମ୍ବୁଲାନ୍ସରେ ଥିବା ୮ ବର୍ଷର ଶିଶୁ ତା’ ମା’ ଏବଂ ଅନ୍ୟ ଜଣେ ସମ୍ପର୍କୀୟ ଜଳି ଯାଇଥିଲେ। ମୀନା ହାଙ୍ଗସିଙ୍ଗ ମୈତେଇ ସଂପ୍ରଦାୟର ଏବଂ ସେ କୁକି ସମ୍ପ୍ରଦାୟରେ ବିବାହ କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା