Masthead

ପୁଣି ଧମକାଇଲେ ଦେବଗଡ଼ ବିଧାୟକ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟର ବିଭିନ୍ନ ସ୍ଥାନରେ ଚାଷୀମାନେ ଆନ୍ଦୋଳନ କରୁଛନ୍ତି । ମଣ୍ଡିରୁ ଧାନ ଉଠୁନି । ବିଧାନସଭାର ଗତ ବଜେଟ୍ ଅଧିବେଶନରେ କୃଷିମନ୍ତ୍ରୀ କହିଥିଲେ ରାଜ୍ୟର ସମସ୍ତ ଚାଷୀଙ୍କଠାରୁ ସରକାର ଧାନ କିଣିବେ । ମନ୍ତ୍ରୀ ବିଧାନସଭାରେ ପ୍ରତିଶ୍ରୁତି ଦେଲେ । ମାତ୍ର ସରକାର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଲେ ନାହିଁ । ଧାନ କିଣା ହେଲାନି । ଚାଷୀମାନେ ସେମାନଙ୍କ ଧାନ ଧରି ରାଜରାସ୍ତା ଅବରୋଧ କରୁଛନ୍ତି ।

କିଛି ଚାଷୀ ଧାନକୁ ଜଗି ମଣ୍ଡିରେ ଦିନରାତି ପଡିରହିଛନ୍ତି । ଯଦି ରାଜ୍ୟ ସରକାର ସମସ୍ତ ଚାଷୀଙ୍କଠାରୁ ଧାନ ନକିଣନ୍ତି ଆତ୍ମହତ୍ୟା କରିବେ ବୋଲି ଦେବଗଡ଼ର ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଆଜି ବିଧାନସଭାରେ ଧମକ ଦେଇଛନ୍ତି । ବିଧାନସଭା ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟରେ ଚାଷୀଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲ ।

ଆଲୋଚନାରେ ଭାଗ ନେଇ ଦେବଗଡ଼ ବିଧାୟକ କହିଥିଲେ ରାଜ୍ୟର ସବୁଚାଷୀଙ୍କଠାରୁ ସରକାର ଧାନ ନକିଣିଲେ ସେ ଆତ୍ମହତ୍ୟା କରିବେ । ପରେ ରାଜ୍ୟ ସରକାର ନରମିଥିଲେ । ପ୍ରତିଶ୍ରୁତି ଦେଇଥିଲେ, ବିଧାୟକଙ୍କ ଦାବି ପୂରଣ ହେବ । ମାତ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ ନ ହେବାରୁ ବିଧାୟକ ପୁଣି ଆତ୍ମାହୂତି ଧମକ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାଠ ପଢିବା ବଦଳରେ ପିଲା କରୁଛନ୍ତି କାମ 🔴 ଗାନ୍ଧି ମାର୍ଗରେ ଗର୍ଜିଲା ବିଜେଡି 🔴 ଭୟଙ୍କର ରୂପ ନେଇ ସ୍ଥଳଭାଗ ଆଡ଼େ ମାଡ଼ି ଆସୁଛି.. 🔴 ଗଭୀର ଅବପାତ ନେଇ IMDର ବଡ଼ ସୂଚନା, ୨୩ ରାତିରେ ଉପକୂଳ ଛୁଇଁବ   🔴 ୫ ଦଫା ଦାବିରେ ଗୁଡାରି ବନ୍ଦ,  ୧୨ ଘଣ୍ଟିଆ ବନ୍ଦରେ ଜନଜୀବନ ପ୍ରଭାବିତ   🔴 ଏସୀୟ କ୍ରୀଡ଼ାରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ, ମହିଳା କ୍ରିକେଟ୍ ଟିମ୍‌ର ବଡ଼ ସଫଳତା 🔴 PEOଙ୍କ ଘରୁ ମିଳିଲାଣି ୨ଲକ୍ଷ ୯୮ ହଜାର ଟଙ୍କା 🔴 ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ଅବକାରୀ ଟିମ୍, ୧୨୦୦ କେଜି ଗଞ୍ଜେଇ ଜବତ  🔴 କାଚୁଛି ବର୍ଷା, ବହିଲାଣି ପବନ..୨୪ ତାରିଖ ଯାଏ ସ୍କୁଲ ଛୁଟି ଘୋଷଣା! 🔴 ବାରମ୍ବାର ଅଭିଯୋଗ ପରେ ବି ସମାଧାନ ନାହିଁ,ହଷ୍ଟେଲ ଛାଡ଼ି ୮ କିମି ଚାଲିଲେ ଅନ୍ତେବାସୀ 🔴 ପାଠ ପଢିବା ବଦଳରେ ପିଲା କରୁଛନ୍ତି କାମ 🔴 ଗାନ୍ଧି ମାର୍ଗରେ ଗର୍ଜିଲା ବିଜେଡି 🔴 ଭୟଙ୍କର ରୂପ ନେଇ ସ୍ଥଳଭାଗ ଆଡ଼େ ମାଡ଼ି ଆସୁଛି.. 🔴 ଗଭୀର ଅବପାତ ନେଇ IMDର ବଡ଼ ସୂଚନା, ୨୩ ରାତିରେ ଉପକୂଳ ଛୁଇଁବ   🔴 ୫ ଦଫା ଦାବିରେ ଗୁଡାରି ବନ୍ଦ,  ୧୨ ଘଣ୍ଟିଆ ବନ୍ଦରେ ଜନଜୀବନ ପ୍ରଭାବିତ   🔴 ଏସୀୟ କ୍ରୀଡ଼ାରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ, ମହିଳା କ୍ରିକେଟ୍ ଟିମ୍‌ର ବଡ଼ ସଫଳତା 🔴 PEOଙ୍କ ଘରୁ ମିଳିଲାଣି ୨ଲକ୍ଷ ୯୮ ହଜାର ଟଙ୍କା 🔴 ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ଅବକାରୀ ଟିମ୍, ୧୨୦୦ କେଜି ଗଞ୍ଜେଇ ଜବତ  🔴 କାଚୁଛି ବର୍ଷା, ବହିଲାଣି ପବନ..୨୪ ତାରିଖ ଯାଏ ସ୍କୁଲ ଛୁଟି ଘୋଷଣା! 🔴 ବାରମ୍ବାର ଅଭିଯୋଗ ପରେ ବି ସମାଧାନ ନାହିଁ,ହଷ୍ଟେଲ ଛାଡ଼ି ୮ କିମି ଚାଲିଲେ ଅନ୍ତେବାସୀ