Masthead

ମନମୋହନ ରିପିଟ୍

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): କଳ୍ପନାଜଳ୍ପନାର ଅନ୍ତ, ମନମୋହନ ସାମଲ ରିପଟ୍ । ପୁଣି ସଭାପତି ହେଲେ ମନମୋହନ ସାମଲ । ରାଜ୍ୟ ବିଜେପି ସଭାପତିର ସମ୍ଭାଳିବେ ମଙ୍ଗ । ସଭାପତି ପଦ ପାଇଁ ନିର୍ଦ୍ଧାରିତ ସମୟ ମଧ୍ୟରେ ଆଉ କେହି ନାମାଙ୍କନ ଭରି ନଥିଲେ । ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିବାରୁ ସେ ହୋଇଛନ୍ତି ଓଡ଼ିଶା ବିଜପେି ସଭାପତି । ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପଛରେ ମନମୋହନଙ୍କ ପ୍ରମୁଖ ଭୂମିକା ରହିଥିଲା । ତାଙ୍କ ନେତୃତ୍ୱରେ ଲଢି ଏକାକୀ ସରକାର ଗଠନ କଲା ବିଜେପି । ରାଜନୀତିରେ ମନମୋହନ ସାମଲଙ୍କ ଲମ୍ବା ସମୟର ଅଭିଜ୍ଞତା ରହିଛି । ୧୯୭୯ ମସିହାରେ ଭଦ୍ରକ ମହାବିଦ୍ୟାଳୟର ଛାତ୍ର ସଂସଦ ସଭାପତି ଭାବେ ନିର୍ବାଚିତ ହୋଇଥିଲେ ମନମୋହନ । ଏହାପରେ ଆଉ ପଛକୁ ଫେରିନଥିଲେ । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଜଣେ କର୍ମକର୍ତ୍ତା ଭାବେ କାମ କରି ବିଜେପିରେ ଯୋଗ ଦେଇ ୧୯୯୯ରେ ରାଜ୍ୟ ବିଜେପି ସଭାପତି ହୋଇଥିଲେ । ସେ ସଭାପତି ଥିବା ସମୟରେ ୨୦୦୦ ମସିହାରେ ବିଜେଡି ସହ ବିଜେପିର ମେଂଟ ହୋଇଥିଲା ।

୨୦୦୦ ମସିହାରେ ରାଜ୍ୟସଭାକୁ ଯାଇଥିଲେ ମନମୋହନ । ୨୦୦୪ରେ ଧାମନଗର ବିଧାନସଭାରୁ ନିର୍ବାଚିତ ହୋଇଥିଲେ । ଏହାପରେ ନବୀନଙ୍କ ମୁଖ୍ୟମନ୍ତ୍ରୀ ସମୟରେ ରାଜସ୍ୱ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ହୋଇଥିଲେ । ୨୦୨୨ରେ ତାଙ୍କ ନେତୃତ୍ୱରେ ଧାମନଗର ଉପନିର୍ବାଚନରେ ବିଜୟୀ ହୋଇଥିଲେ ସୂର୍ଯ୍ୟବଂଶୀ ସୂରଜ । ୨୦୨୪ ସାଧାରଣ ନିର୍ବାଚନରେ ପ୍ରମୁଖ ଭୂମିକା ତୁଲାଇଥିଲେ ମନମୋହନ । ନବୀନଙ୍କ ବିଜେଡି ସରକାରଙ୍କୁ ରାଜ୍ୟରୁ ତଡ଼ିପାର କରିବାର ସକ୍ଷମ ହୋଇଥିଲା ତାଙ୍କ ବରିଷ୍ଠ ରାଜ୍ୟ ବିଜେପି ସଭାପତି ନେତୃତ୍ୱ । ଏହାକୁ କେନ୍ଦ୍ର ବିଜେପି ମଧ୍ୟ ଗ୍ରହଣ କରିଥିଲା । ଆଉ ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ଏକାକୀ ସଂଖ୍ୟାଗରିଷ୍ଠତା ହାସଲ କରି ସରକାର ଗଠନ କଲା । ସରକାରକୁ ବର୍ଷେ ପୂରିଥିବା ବେଳେ ରାଜ୍ୟ ବିଜେପିର ହୋଇଛି ସଭାପତି ନିର୍ବାଚନ । ମନମୋହନ ସାମଲ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଭରି ଥିବାରୁ ତାଙ୍କ ନାଁ ହିଁ ଫାଇନାଲ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ