Before Header

ଟ୍ରେନରେ ନିଆଁ, ୮ ଜୀବନ୍ତ ଦଗ୍ଧ

0 196

ତାମିଲନାଡୁ (ବଡ଼ ଖବର ବ୍ୟୁରୋ):  ତାମିଲନାଡୁ ମଦୁରାଇ ଷ୍ଟେସନରେ ବଡ଼ ଦୁର୍ଘଟଣା । ପର୍ଯ୍ୟଟନ ଟ୍ରେନର କୋଚରେ ନିଆଁ, ଆଠ ଜୀବନ୍ତ ଦଗ୍ଧ । ୨୦ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ମଦୁରାଇ ରେଳ ଷ୍ଟେସନ ନିକଟ ବୋଡି ଲେନରେ ପାର୍କିଂ ହୋଇଥିବା ଏକ ପର୍ଯ୍ୟଟନ ଟ୍ରେନ୍ ସକାଳେ ନିଆଁ ଲାଗିଥିଲା । ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା ଚଳାଇଥିଲେ ।

ସେପଟେ ଅନେକ ଲୋକଙ୍କ ଦାବି ଯେ କିଛି ଯାତ୍ରୀ ଗ୍ୟାସ ସିଲିଣ୍ଡର ନେଇ ଆସିଥିଲେ। ଯେଉଁଥି ପାଇଁ କୋଚରେ ନିଆଁ ଲାଗିଥିଲା । ଦେଖୁ ଦେଖୁ କିଛି ସମୟ ମଧ୍ୟରେ ନିଆଁ ବହୁତ ବଢିବାକୁ ଲାଗିଥିଲା । କିନ୍ତୁ କେଉଁ କାରଣରୁ ନିଆଁ ଲାଗିଲା ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ ।

Leave A Reply

Your email address will not be published.