Masthead

ଲଜ୍ଜା ସେବାଶ୍ରମ ଛାତ୍ରୀ ଗର୍ଭବତୀ

କନ୍ଧମାଳ (ବଡ଼ ଖବର ବ୍ୟୁରୋ): କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅର୍ନ୍ତଗତ ରେବିଙ୍ଗିଆ ସେବାଶ୍ରମ ସ୍କୁଲର ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ। କରୋନା ମହାମାରୀ କାରଣରୁ ବନ୍ଦ ଥିଲା ସ୍କୁଲ ଓ ହଷ୍ଟେଲ । ସ୍କୁଲ ଖୋଲିଲା ପରେ ଛାତ୍ରୀ ଜଣକ ସ୍କୁଲ ହଷ୍ଟେଲକୁ ଫେରିଥିଲେ । ପ୍ରତିଦିନ କ୍ଲାସ ଆଟେଣ୍ଟ ମଧ୍ୟ କରୁଥିଲା। କିନ୍ତୁ ଦେଢ ମାସ ପରେ ଦେହ ଖରାପ ହେବା ସହ ପାଦ ଫୁଲିବା ପରେ ପ୍ରଧାନ ଶିକ୍ଷୟତ୍ରୀ ପ୍ରଥମେ ନିକଟ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ପଠେଇଥିଲେ । ପରେ ସେଠାରୁ ନାବାଳିକାକୁ ଫୁଲବାଣୀ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା ।

ସେଠାରେ ସେ ଗର୍ଭବତୀ ଥିବା କଥା ଜଣାପଡିଥିଲା । ପରେ ସ୍କୁଲ ପକ୍ଷରୁ ବାଲିଗୁଡା ଥାନାରେ ଏତଲା ପରେ କେସ୍ ନଂ ୩୮/୨୧ ଏକ ମାମଲା ରୁଜୁ କରି ଫୁଲବାଣୀ ସି,ଡାବ୍ଲୁ,ସିକୁ ଛାତ୍ରୀକୁ ହସ୍ତାନ୍ତର କରାଯାଇଛି । ସେ ଏକ ଶିଶୁ କନ୍ୟା ଜନ୍ମ ଦେଇଥିବା ଜଣା ପଡିଛି। ମଙ୍ଗଳ ବିଭାଗ ପକ୍ଷରୁ ଗଢିଉଠିଥିବା କନ୍ୟାଶ୍ରମରେ ନାବାଳିକା ଛାତ୍ରୀ ଗର୍ଭବତି ହେବା ଓ ଶିଶୁ ଜନ୍ମ କରିବା ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଯେଉଁଥିରେ ଅନୁମାନ କରାଯାଉଛି ମଙ୍ଗଳ ବିଭାଗର ନିୟମ କ’ଣ ରହିଛି, ସେ ବିଭାଗୀୟ ଅଧିକାରୀ ଓ ସ୍କୁ୍ଲ ପ୍ରଧାନ ଶିକ୍ଷୟତ୍ରୀ କେଉଁଭଳି ଭାବ ପିଲାଙ୍କ ଧ୍ୟାନ ରଖୁଛନ୍ତି, ତାହା ସ୍ପଷ୍ଟ ଜଣାପଡୁଛି । ଯେଉଁଥିରେ ନିରିହ ଆଦିବାସୀ ପରିବାର ଗରିବ ଝିଅ ସେବାଶ୍ରମ ହଷ୍ଟେଲରେ ରହିବା କେତେ ସୁରକ୍ଷିତ ତାହା ଏବେ ପ୍ରଶ୍ନବାଚି ସୃଷ୍ଟିକରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା